Odisha news

ରାଜର୍ଷି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ : ଡିସେମ୍ବର ୧୭ ତାରିଖ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ୧୪୯ତମ ଜୟନ୍ତୀ ଉପଲକ୍ଷେ…

0

ହିମାଂଶୁ ଶେଖର ଆଚାର୍ଯ୍ୟ : ବୀର ପ୍ରସବିନୀ ଉକôଳ ଜନନୀ ଜନ୍ମ ଦେଇଛି ଅନେକ ସାଧୁ, ସନ୍ଥ, ବୀର, ସମାଜ ସଂସ୍କାରକ, ସାହିତି୍ୟକ, ଶିଳ୍ପୀ, ସୁଶାସକ ଏବଂ ନିର୍ମାତାଙ୍କୁ ଯେଉଁମାନେ କି ଯଶୋଦେହେ ଆୟୁଷ୍ମାନ ହୋଇରହିଛନ୍ତି, ରହିବେ ମଧ୍ୟ ଚିରକାଳ । ସେହି ମହାମନୀଷୀ ମାନଙ୍କ ମଧ୍ୟରୁ ସ୍ୱତନ୍ତ୍ର ଉକôଳ ପ୍ରଦେଶର ଅନ୍ୟତମ ବିନ୍ଧାଣି, ଉକôଳ ସମ୍ମିଳନୀର ପ୍ରଥମ ସଭାପତି, ସୁଦକ୍ଷ ପ୍ରଶାସକ ସର୍ବୋପରି ମୟୁରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଅନ୍ୟତମ । ସେ ଏକାଧାରରେ ଥିଲେ କର୍ମୀ ଓ ଯୋଗୀ, ରାଜା ଓ ଋଷି । ତାଙ୍କ ପରି ଜଣେ ମାନବବାଦୀ ଓ ରାଜର୍ଷି ନରପତିଙ୍କ ପାଇଁ ଓଡିଆ ଜାତିି ଧନ୍ୟ ହୋଇଛି ।

ଏହି ଯଶସ୍ୱୀ ମହାରାଜା ୧୮୭୧ମସିହା ଡିସେମ୍ବର ୧୭ ତାରିଖରେ ମୟୁରଭଞ୍ଜ ରାଜବଂଶର ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୧ବର୍ଷ ବୟସରେ ତାଙ୍କର ପିତା କୃଷ୍ଣଚନ୍ଦ୍ରଙ୍କର ବିୟୋଗ ଘଟିଲା । ପ୍ରତିକୂଳ ପରିସ୍ଥିତି ଓ ଦୁଃଖରେ ଭାଙ୍ଗି ନ ପଡି ୧୮୯୨ ମସିହାରେ ଉଚ୍ଚଶିକ୍ଷା ଶେଷ କରି ମାତ୍ର ୨୧ବର୍ଷ ବୟସରେ ମୟୁରଭଞ୍ଜର ଶାସନଭାର ଗ୍ରହଣ କରିଥିଲେ । ତାଙ୍କ ଶାସନ କାଳରେ ମୟୁରଭଞ୍ଜର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ସମୟରେ ରାଜ୍ୟର ପ୍ରଥମ ରେଳରାସ୍ତା ରୁପ୍ସାଠାରୁ ତାଳବନ୍ଧ ପର୍ଯ୍ୟନ୍ତ ନିର୍ମାଣ, ହଳଦିଆ ଓ ବାଲଡିହାଠାରେ ଦୁଇଟି ଜଳଭଣ୍ଡାର ନିର୍ମାଣ, ସ୍ୱଚ୍ଛ ଶାସନ ପାଇଁ ମୟୁରଭଞ୍ଜ ଷ୍ଟେଟ୍ କାଉନସିଲ୍ ଗଠନ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ପାଇଁ ପଦକ୍ଷେପ ସହ ପୋଲିସ୍ ବିଭାଗ ସୃଷ୍ଟି ତା’ର ଗୋଟିଏ ଗୋଟିଏ ଉଦାହରଣ । ଶାସନର ନିରକ୍ଷେପତା ପାଇଁ ଶାସନ ଓ ବିଚାର ବିଭାଗର ପୃଥକୀକରଣ ତାଙ୍କର ଅନ୍ୟ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା ।

ଏସବୁ ଦୃଷ୍ଟିରୁ ବିଚାର କଲେ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଶାସନକାଳ ମୟୁରଭଞ୍ଜ ରାଜ୍ୟ ପାଇଁ ସୁବର୍ଣ୍ଣଯୁଗ ଥିଲା ବୋଲି କହିଲେ ଅତୁ୍ୟକ୍ତି ହେବା ନାହିଁ । ଏଥିପାଇଁ ୧୯୦୩ ମସିହାରେ ସେ ବ୍ରିଟିସ୍ ସରକାରଙ୍କ ଦ୍ୱାରା “ମହାରାଜା” ଉପାଧିରେ ଭୂଷିତ ହୋଇଥିଲେ ।
କେବଳ ମୟୁରଭଞ୍ଜ ରାଜ୍ୟ ନୁହେଁ, ସମଗ୍ର ଉକôଳ ପ୍ରଦେଶର ଉନ୍ନତି ପାଇଁ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ଜୀବନ ସମର୍ପିତ ଥିଲା । ଛିନ୍ନମସ୍ତା ଉକôଳଜନନୀକୁ ଦେଖି ସେ ବ୍ୟଥିତ ହୋଇପଡିଥିଲେ । ପରାଧୀନତାର ଶୃଙ୍ଖଳ ଓ ଖଣ୍ଡବିଖଣ୍ଡିତ ଉକôଳର ଏକତ୍ରୀକରଣରେ ଉକôଳଗୌରବ ମଧୁସୂଦନ, ଉକôଳମଣି ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପରି ତାଙ୍କର ଅବଦାନ ଅବିସ୍ମରଣୀୟ । ଉକôଳ ସମ୍ମିଳନୀର ପ୍ରଥମ ସଭାପତି ଭାବେ ୧୯୦୩ ମସିହାରେ କଟକର ଇଦ୍ଗା ପଡିଆରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ସେ ଦେଶ ଓ ଜାତି ଉଦେ୍ଦଶ୍ୟରେ ଯେଉଁ ଅଭିଭାଷଣ ପ୍ରଦାନ କରିଥିଲେ ତାହା ତାଙ୍କ ସ୍ୱଦେଶପ୍ରୀତିର ପରିଚୟ ଦିଏ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପାଇଁ କର୍ମ ହିଁ ଧର୍ମ ଓ କର୍ତ୍ତବ୍ୟ ହିଁ ଭଗବାନ ଥିଲା । ତାଙ୍କ ଭଳି ଜଣେ ମାନବବାଦୀ ପ୍ରଶାସକ ଆଜିର ଦୁନିଆରେ ବିରଳ । ତାଙ୍କର ହୃଦୟ ଦୟା-କ୍ଷମା ଓ ସ୍ନେହଶ୍ରଦ୍ଧାରେ ଭରପୂରଥିଲା । ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ ।

ଏପରିକି ରାଜଉଆସର ପୂଝାରୀ, ଚାକରମାନଙ୍କୁ ସେ ପୁଅ-ଝିଅ ଭଳି ଆଦର କରୁଥିଲେ । ମହାରାଜା ନିଜକୁ ପ୍ରଜାଙ୍କର ପ୍ରଧାନସେବକ ବୋଲି ବିବେଚନା କରୁଥିଲେ । ତାଙ୍କ ଭାଷାରେ ରାଜା ମଧ୍ୟ ଜଣେ ସାଧାରଣ ମଣିଷ ।

ଗୁଣଗ୍ରାହୀ ଲୋକ ଗୁଣର ମହତ୍ତ୍ୱ ବୁଝେ । ଏକଥାକୁ ମର୍ମେ ମର୍ମେ ଉପଲବ୍ଧ କରିଥିଲେ ମହାରାଜା ଶ୍ରୀରାମଚନ୍ଦ୍ର । ସେଥିପାଇଁ ଗୁଣୀ ଓ ଜ୍ଞାନୀ ଲୋକଙ୍କୁ ନିଜ ରାଜ୍ୟରେ ସ୍ଥାନ ଦେଇ ଉଚ୍ଚ ପଦପଦବୀରେ ଅଧିଷ୍ଠିତ କରାଇ ସେ ସେମାନଙ୍କୁ ସମ୍ମାନ ଦେଉଥିଲେ । ସେତେବେଳର ଉଚ୍ଚଶିକ୍ଷିତ ଓ ଏମ୍.ଏ., ବି.ଏଲ୍.ଡିଗ୍ରୀ ପ୍ରାପ୍ତ ମୋହିନୀ ମୋହନ ଧରଙ୍କୁ ରାଜ୍ୟ ବିଚାର ବିଭାଗର ଉପଦେଷ୍ଟା, ଦେୱାନ ଓ ଷ୍ଟେଟ କାଉନସିଲ୍ର ଉପସଭାପତି ଭାବେ ନିଯୁକ୍ତି ଦେଇଥିଲେ । ଶାସନ କାର୍ଯ୍ୟରେ ସେ ତାଙ୍କର ପରାମର୍ଶ ଗ୍ରହଣ କରୁଥିଲେ । ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ସେ ମୟୁରଭଞ୍ଜ ରାଜ୍ୟକୁ ତିନୋଟି ସବ୍ଡିଭିଜନ ବିଭକ୍ତ କରିଥିଲେ । ସେହିପରି ଗୋପବନ୍ଧୁଙ୍କ ମାନବିକତାରେ ଅନୁପ୍ରାଣିତ ହୋଇ ତାଙ୍କୁ ସରକାରୀ ଓକିଲ ପଦରେ ବରଣ କରିଥିଲେ ଓ ରାଜ୍ୟ ଶାସନର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କର ପରାମର୍ଶ ଲୋଡୁଥିଲେ । ସେ ଥିଲେ କଳା, ସାହିତ୍ୟ ଓ ସଂସ୍କୃତିର ପୃଷ୍ଠପୋଷକ । ମୟୁରଭଞ୍ଜ ଛଉ ନୃତ୍ୟକୁ ଉନ୍ନତିର ଚରମସୀମାରେ ପହଞ୍ଚାଇବାରେ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ୧୯୧୨ ମସିହାରେ କଲିକତାରେ ବ୍ରିଟିଶ ସମ୍ରାଟ ପଞ୍ଚମ ଜର୍ଜ ଓ ମହାରାଣୀ ମାରିଙ୍କ ସମ୍ମୁଖରେ ଛଉ ନୃତ୍ୟ ଦଳ ଛଉନୃତ୍ୟ ପରିବେଷଣ କରି ସେମାନଙ୍କୁ ବିମୋହିତ କରିଥିଲେ । ଏହା ପରେ ଛଉନୃତ୍ୟ ଆନ୍ତର୍ଜାତିକ ସ୍ତରରେ ଖ୍ୟାତ ଅର୍ଜନ କରିବାରେ ସମର୍ଥ ହୋଇପାରିଥିଲା । ଏଥି ସହିତ ତାଙ୍କ ପୃଷ୍ଠପୋଷକତାରେ “ମନୋରମା” ଓ “ଉକôଳପ୍ରଭା” ପତ୍ରିକା ପ୍ରକାଶ ପାଇଥିଲା ।

ଏହା ମହାରାଜାଙ୍କର ଓଡିଆ ଭାଷାପ୍ରୀତିର ସୂଚନାଦିଏ । କହିବା ବାହୁଲ୍ୟ ଯେ, ସେତେବେଳେ ଉକôଳପ୍ରଭା ମୟୁରଭଞ୍ଜ ଷ୍ଟେଟ୍ ପ୍ରେସ୍ ଦ୍ୱାରା ପ୍ରକାଶିତ ହେଉଥିଲା । ଏହି ପତ୍ରିକା ମାଧ୍ୟମରେ ବ୍ୟାସକବି ଫକୀର ମୋହନ, କବିବର ରାଧାନାଥ ଓ ଶ୍ରୀରାମଚନ୍ଦ୍ର ଭଞ୍ଜ ଜାଣିଥିଲେ ଶିକ୍ଷା ଓ ସ୍ୱାସ୍ଥ୍ୟ ର ବିକାଶ ନହେଲେ ରାଜ୍ୟର ଆଶାଜନକ ବିକାଶ ହୋଇପାରିବ ନାହିଁ ।ସେଥିପାଇଁ ୧୯୧୦ ମସିହା ସୁଦ୍ଧା ବିଦ୍ୟାଳୟର ସଂଖ୍ୟାକୁ ୪୧୦ କୁ ବୃଦ୍ଧି କରିଥିଲେ । ଏହା ପୂର୍ବରୁ ସେ ଶାସନ ଦାୟିତ୍ୱ ନେବା ସମୟରେ ବିଦ୍ୟାଳୟର ସଂଖ୍ୟା ମାତ୍ର ୪୧ ଥିଲା । ଏପରିକି ରେଭେନ୍ସା କଲେଜର ବିଜ୍ଞାନ ବିଭାଗର ଉନ୍ନତିକରଣ ୨୭,୦୦୦ଟଙ୍କା ଓ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ପାଇଁ ୭,୦୦୦ଟଙ୍କା ସହାୟତା ଦେଇଥିବା ବେଳେ, ଉକôଳ ସାହିତ୍ୟ ସମାଜ ନିର୍ମାଣ ଏବଂ ବାରିପଦାର ଭିକ୍ଟୋରିଆ ଜୁବୁଲି ଲାଇବ୍ରେରୀ ନିର୍ମାଣ କରିଥିଲେ ।

ଏଥି ସହିତ ଜଳସେଚନ, ରାସ୍ତାଘାଟ ଓ ପ୍ରଶାସନିକ ଭବନର ଉନ୍ନତି ପାଇଁ ଗୃହ ନିର୍ମାଣ ବିଭାଗ ସ୍ଥାପନ କରିଥିଲେ । ଟାଟା କମ୍ପାନୀକୁ ଲୁହାଖଣି ପଟ୍ଟା ପ୍ରଦାନ ପାଇଁ ସେ ପ୍ରଖ୍ୟାତ ଭୂତତ୍ତ୍ୱବିତ୍ ପ୍ରମୋଦନାଥ ବୋଷଙ୍କୁ ନିଯୁକ୍ତି ଦେଇଥିଲେ ଯାହାକି ତାଙ୍କର ଏକ ଉଲ୍ଲେଖନୀୟ କାର୍ଯ୍ୟ ଥିଲା । ମୟୁରଭଞ୍ଜ ରାଜ୍ୟର ସଦରମହକୁମା ବାରିପଦାକୁ ସର୍ବାଙ୍ଗ ସୁନ୍ଦର କରିବାରେ ସେ ସଫଳ ହୋଇଥିଲେ । ପ୍ରଶାସନକୁ ସହଜ କରିବା ପାଇଁ ୧୯୦୫ ମସିହାରେ ବାରିପଦା ମୁ୍ୟନିସିପାଲିଟି ଗଠନ କରିଥିଲେ । ତେଣୁ ତାଙ୍କୁ ଇତିହାସର ଜଣେ ଶ୍ରେଷ୍ଠ ନରପତି ରୂପେ ଗଣାଯାଏ । କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ଶ୍ରୀରାମଚନ୍ଦ୍ର ଭବନ, ଉକôଳ ସାହିତ୍ୟ ଭବନ, ବାଲେଶ୍ୱରର ଶ୍ରୀରାମଚନ୍ଦ୍ର ଟୋଲ, ଲକ୍ଷ୍ମୀନାରାୟଣ ମନ୍ଦିର ଆଜି ବି ତାଙ୍କ ଯଶ ଓ କୀର୍ତ୍ତିକୁ ଉଜ୍ଜିବୀତ କରିରଖିଛି ।

ଆଜି ମହାରଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ଆମ ଗହଣରେ ନାହାଁନ୍ତି । ୧୯୧୨ ମସିହା ଫେବୃଆରୀ ୨୨ତାରିଖରେ ତାଙ୍କ ଜୀବନଦୀପ ନିର୍ବାପିତ ହୋଇଯାଇଛି । ମାତ୍ର ୪୧ ବର୍ଷର ଜୀବନ କାଳ । ଗୋପବନ୍ଧୁଙ୍କ ଭାଷାରେ- “ମଣିଷ ଜୀବନ ନୁହଁଇ କେବଳ ବର୍ଷମାସ ଦିନ ଦଣ୍ଡ, କର୍ମେ ଜୀଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ”- ଏହି ଆପ୍ତବାକ୍ୟକୁ ଯଥାର୍ଥରେ ପ୍ରତିଫଳିତ କରିଥିଲେ ସେ । ପୁଣ୍ୟ ଜନ୍ମମାଟି ମୟୁରଭଞ୍ଜ ଓ ଉକôଳଜନନୀର ସର୍ବାଙ୍ଗୀନ ବିକାଶ ହିଁ ଥିଲା ତାଙ୍କ ଜୀବନର ମହାମନ୍ତ୍ର । ତାଙ୍କ ଭଳି ଜଣେ ପ୍ରଜାବସôଳ ମହାରାଜା, ମାନବବାଦୀ ପ୍ରଶାସକ, ଦେଶପ୍ରେମୀ ଚିନ୍ତାନାୟକ ଓ ଯୋଗଜନ୍ମା ବରପତ୍ରଙ୍କୁ କୋଳରେ ଧାରଣକରି ଉକôଳ ଜନନୀ ଧନ୍ୟ ହୋଇଛି । ସତରେ ତାଙ୍କ ପରି ବ୍ୟକ୍ତିତ୍ୱ ଆଜିର ଦୁନିଆରେ ମିଳିବା ବିରଳ । ବର୍ତ୍ତମାନର ରାଜନେତା, ପ୍ରଶାସକ, ଯୁବସମାଜ ଓ ଛାତ୍ରସମାଜ ତାଙ୍କର ମହନୀୟ ଜୀବନ ଚର୍ଯ୍ୟାରେ ଅନୁପ୍ରାଣିତ ହୋଇପାରିଲେ ଦେଶ ଓ ଜାତିର ଉନ୍ନତି ହୋଇପାରିବ ।

Leave A Reply