Odisha news

ଆଶ୍ଚର୍ଯ୍ୟ ହେଲେ ବି ସତ : ୬ ବର୍ଷର ଛୁଆ ଚୋରିକରି ନେଲା ୬୭ ଲକ୍ଷ ଟଙ୍କା

0

ନୂଆଦିଲ୍ଲୀ : ଗୋଟିଏ ୬ ବର୍ଷର ଛୁଆ ଖେଳିବା ବୟସରେ ଏପରି କିଛି ଅପରାଧ କରିଛି ଯାହାକୁ କରିବା ପାଇଁ ବଡ଼ ବଡ଼ ଚୋର ମାନେ ମଧ୍ୟ ଅନେକଥର ଚିନ୍ତା କରିବେ l ସେ ଯାହା କିଛିବି କରିଛି ବାପା ମାଙ୍କ ଇଙ୍ଗିତରେ କରିଛି l ଛୋଟ ପିଲାଟିର ଅବୋଧ ମନରେ ତାର ପିତା ମାତା ଏପରି ଅପରାଧିକ କାର୍ଯ୍ୟକଳାପ ଭାରି ଦେଇଥିଲେ ଯେ ଯାହାକୁ କରିବା ପାଇଁ ଛୁଆଟି ଟିକେବି ଭୟ କରି ନଥିଲା l ଇଲିପାର ଓ ମାଟାପାରା ନାମକ ଦମ୍ପତି ଚୋରି ଘଟଣା ପୂର୍ବରୁ ଗୋଟିଏ ବଡ଼ ଷ୍ଟୋରକୁ ଯାଇଥିଲେ l ସେହି ଷ୍ଟୋରଟିରେ ଅତ୍ୟନ୍ତ ଦାମିକା ଘଡି ରଖା ହୋଇଥିଲା l

ଦମ୍ପତି ଜଣଙ୍କ ଗୋଟିଏ ଦାମିକା ଘଡ଼ିର ଫଟୋ ଉଠାଇ ନେଇ ଆସିଥିଲେ l ଏହାର ୫ଦିନ ପରେ ସେମାନେ ନିଜର ୬ ବର୍ଷର ପୁଅଟି ସହିତ ଷ୍ଟୋରକୁ ଯାଇଥିଲେ ଓ ଏହି ସମୟରେ ପିଲାଟି ଗୋଟିଏ ୬୭ ଲକ୍ଷ ଟଙ୍କାର ଘଡି ଚୋରି କରି ନେଇଥିଲା l ଦମ୍ପତି ଜଣଙ୍କ ନିଜ ପୁଅକୁ ସେହି ଘଡି ଭଳି ଗୋଟିଏ ନକଲି ଘଡି ଦେଇଥିଲେ l ତାକୁ କହିଥିଲେ ଅସଲି ଘଡି ଚୋରି କରିବା ପରେ ତା ସ୍ଥାନରେ ନକଲି ଘଡ଼ିଟିକୁ ରଖିଦେବା ପାଇଁ l ଏହି କାରଣରୁ ଷ୍ଟୋରର କର୍ମଚାରୀ ମାନେ ତୁରନ୍ତ ଚୋରି ହୋଇଥିବା ଘଡ଼ିଟିକୁ ଜାଣି ପାରିଲେ ନାହିଁ l

ଏହି ଘଟଣାର ପରଦିନ ଜଣେ କର୍ମଚାରୀ ଘଡ଼ିଟି ପରିବର୍ତ୍ତନ ହୋଇଥିବାର ଜାଣିବାକୁ ପାଇ ପୋଲିସକୁ ସୂଚନା ଦେଇଥିଲା l ଏହି ଘାଟଣାଟି ଘଟାଇଛନ୍ତି ରୋମାନିୟର ଗୋଟିଏ ଦମ୍ପତି ,ଯିଏକି ବ୍ରିଟେନରେ ରହୁଥିଲେ l ଏହି ଦମ୍ପତି ବ୍ରିଟେନରୁ ଫେରାର ହେବାକୁ ଚାହୁଁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ l ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ ଉଭୟ କାରାଗାରରେ ଅଛନ୍ତି ଓ ପୁଅଟି ଶିଶୁ ବିକାଶ ଗୃହରେ ରହିଛି l

Leave A Reply