ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଆରମ୍ଭ ହୋଇସାରିଛି। ଆଜି ଗୁମୁଡା ଗ୍ରାମର ରାଧାକୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ତାରାଭଟ୍ଟା ଛକ ଠାରେ ଧାନ ମଣ୍ଡି ଆରମ୍ଭ ହୋଇଥିଲା। ଉକ୍ତ ଧାନ ମଣ୍ଡି କୁ ମୁଖ୍ୟ ଅତିଥି ଭାବେ କଂଗ୍ରେସ ନେତା ଭଗବାନ ବାହିନୀପତି ଯୋଗ ଦେଇ ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବିମଳା ଚାଲାଣ, ବିଧାୟକ ଙ୍କ ପ୍ରତିନିଧି ଅଶୋକ କୁମାର ଗନ୍ତାୟତ,ସୁରେଶ କୁମାର ରାଉତ ଯୋଗ ଦେଇଥିଲେ।
ପ୍ରକାଶ ଥାଉକି ଜିଲ୍ଲା ଯୋଗାଣ ବିଭାଗ ଚଳିତ ବର୍ଷ ରାଧାକୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠୀ କୁ ୧୧,୬୦୦ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ବିନା କୌଣସି ଦ୍ବିଧାରେ ଚାଷୀମାନେ ମଣ୍ଡି ରେ ପହଞ୍ଚି ଧାନ ବିକ୍ରି କରିଥିଲେ।ପ୍ରଥମ ଦିନରେ ଚାଷୀ ମାନଙ୍କ ଠାରୁ ୫ ହଜାର କ୍ୱିଣ୍ଟାଲ ଧାନ କିଣା ଯାଇଥିବା ସୂଚନା ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଆର ଏମ ସି ର କର୍ମଚାରୀ ଲିଙ୍ଗରାଜ ନାୟକ, ରାଧାକୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାପତି ସୁମିତ୍ରା ନାୟକ,ସମ୍ପାଦକ ସୁକାନ୍ତି ନାୟକ ,ସଭ୍ୟା ରଞ୍ଜିତା ମାଟିଆ ଓ ଅନ୍ୟ ମାନେ ଉପସ୍ଥିତ ରହି ଥିଲେ।