ବୋରିଗୁମ୍ମା (କେ.ସାକିଲି ଦୋରା)— ଆଜି ରାଜ୍ୟରେ ଗଣ ଶିକ୍ଷା ବିଭାଗ ପକ୍ଷରୁ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ବୋରିଗୁମ୍ମା ସ୍ଥିତ ସରକାରୀ ଏମ ଇ ସ୍କୁଲ ପରିସରରେ ବ୍ଲକର ୧୧୭ ଜଣ ଛାତ୍ରଛାତ୍ରୀ ମେଧାବୃତ୍ତି ପରୀକ୍ଷା ଦେଇଛନ୍ତି। ମୋଟ ୧୩୮ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୨୧ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। କୋବିଡ଼ ଗାଇଡ଼ଲାଇନ ଅନୁସାରେ ସମସ୍ତ ଛାତ୍ର ଛାତ୍ରୀ ପ୍ରଥମେ ହାତ କୁ ଭଲଭାବରେ ସାନିଟାଇଜ କରିବା ସହ ମାସ୍କ ପରିଧାନ କରିଥିଲେ। ମୋଟ ଛଅ ଗୋଟି ଶ୍ରେଣୀ ଗୃହରେ ସାମାଜିକ ଦୂରତା ରକ୍ଷାକରି ଛାତ୍ର ଛାତ୍ରୀ ମାନେ ମେଧାବୃତ୍ତି ପରୀକ୍ଷା ଦେଇଥିଲେ। ମେଧାବୃତ୍ତି ପରୀକ୍ଷା ର ସୁପେରିଟେଣ୍ଡାଣ୍ଟ ଭାବେ ଏବିଇଓ ଭଗବାନ ମାଝୀ ରହିଥିବା ବେଳେ ବିଇଓ ଲୋକନାଥ ସୁନା ସମସ୍ତ ଶ୍ରେଣୀ ବୁଲି ଦେଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ଶତ୍ରୁଘ୍ନ ଖଣ୍ଡା,ସୁବାସ ଚନ୍ଦ୍ର ମାଝୀ, ସିଆରସିସି ପ୍ରଭାକର ସାହୁ, ମନୋଜ ବିଶୋଇ,ଶିକ୍ଷକ ଅଜିତ ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ମେଧାବୃତ୍ତି ପରୀକ୍ଷା ପରିଚାଳନା କରିଥିଲେ।