ଛତ୍ରପୁର ୧୫/୧୨ ; ଜିଲ୍ଲାର ସଦରମହକୁମା ଛତ୍ରପୁର ଏନଏସିକୁ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏନଏସିର ସଫେଇ କର୍ମଚାରୀ ମାନେ ଦିନରାତି ସହରର ବିଭିନ୍ନ ସ୍ଥାନରେ ସଫା ସୁତରା ନୀୟମିତ କରୁଆସୁଛନ୍ତି । ତାଙ୍କ ସହ ହାତକୁ ହାତ ମିଶାଇ ସ୍ୱଚ୍ଛତା ଉପରେ ସ୍ୱଚ୍ଛତା ସାଥୀ, କୋଭିଡ ମନିଟର ଓ ୱାର୍ଡ ଲେବଲ ଅଫିସମାନେ ଏହାର ତଦାରଖ କରି ବିଭିନ୍ନ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ଏହି ନିଷ୍ଠାପର କାର୍ଯ୍ୟ ସକାଶେ ଏନଏସି ପ୍ରଶାସନ ପକ୍ଷରୁ ତାଙ୍କୁ ଉତ୍ସାହିତ କରିବା ପାଇଁ ଆଜି ସମ୍ମାନୀତ କରାଯାଇଛି । ଶୀତଦିନ ଅବସରରେ ସଫେଇ କର୍ମଚାରୀ ମାନଙ୍କୁ ଶୀତବସ୍ତ୍ର ମଧ୍ୟ ପ୍ରଦାନ କରଯାଇଛି ।
ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସମସ୍ତ ସଫେଇ କର୍ମଚାରୀ , ସ୍ୱଚ୍ଛତା ସାଥୀ ଓ ଜଣେ କୋଭିଡ ମନିଟରଙ୍କୁ ସମ୍ମାନୀତ କରିବା ସହ ମାନପତ୍ର ପ୍ରଦାନ କରିଛନ୍ତି । ୮୫ଜଣ ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ପ୍ରଦାନ କାରଯାଇଥିବା ବେଳେ ସେଥି ମଧ୍ୟରୁ ୪ଜଣ ସଫେଇ କର୍ମଚାରୀ, ୨ଜଣ ସ୍ୱଚ୍ଛତା ସାଥୀ ଓ ଜଣେକୋଭିଡ ମନିଟର ଙ୍କୁ ଉତ୍ତମ କାର୍ଯ୍ୟ କରୁଥିବା ସେମାନଙ୍କୁ ପ୍ରଶଂସା ପତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲାର ସଦରମହକୁମା ଛତ୍ରପୁର ଏନଏସିକୁ ଶତପ୍ରତିଶତ ସ୍ୱଚ୍ଛତା ରଖିବାକୁ ପଡିବ । ଏଥି ନିମନ୍ତେ ସଫେଇ କର୍ମଚାରୀ ମାନେ ସେମାନଙ୍କ ଦାୟିତ୍ୱ ସୁଚାରୁପେ ତୁଲାଇ ଆସୁଥିବା ବେଳେଏଥିରେ ଜନସାଧାରଣ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ପ୍ରତ୍ୟେକ ଦୋକାନୀ ଓ ଘରେ ଘରେଡଷ୍ଟ ବିନ୍ ବ୍ୟବହାର କରିବା ସହ ସଫେଇ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ ।
ଡ୍ରେନ ଗୁଡିକରେ ଅଳିଆ ଅବର୍ଜନା ନପକାଇ ଘରୁ କିମ୍ବା ଦୋକାନରୁ ଯାହା ଅଳିଆ ଅବର୍ଜନା ବାହାରୁଛି ତାହାକୁ ଏନଏସି ପକ୍ଷରୁ ସଂଗ୍ରହ କରାଯାଉଥିବା ପରିମଳ ଗାଡିରେ ଦେବାକୁ ପଡିବ । ପ୍ଲାଷ୍ଟିବ ଜନିତ ଅଳିଆ ଗୋଟିଏ ଡଷ୍ଟବିନ୍ ରେ ଏବଂ ଅନ୍ୟ ଅଳିଆ ଗୁଡିକ ଆଉ ଡଷ୍ଟ ବିନ୍ ରେ ରଖିବାକୁ ଜିଲ୍ଲାପାଳ କହିଛନ୍ତି । ଯଦି କୈାଣସି ଦୋକାନୀ ଏହାକୁ ଅବମାନନା କରନ୍ତି ସେମାନଙ୍କ ଠାରୁ ୫ହଜାର ଟଙ୍କାର ଜୋରିମାନା ଆଦାୟ କରିବା ନିମନ୍ତେ ଜିଲ୍ଲାପାଳ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରିଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସ୍ୱଚ୍ଛତା ସାଥୀ ଓ ସୁପରଭାଇଜର ମାନେ ଲୋକଙ୍କୁ ସଚେତନତା କରିବା ସହ ଏନଏସି ପକ୍ଷରୁ ୱାର୍ଡ ସ୍ତରରେ ଟ୍ରେନିଂ ଦେବାକୁ ମଧ୍ୟ ଜିଲ୍ଲାପାଳ ଗୁତୁତ୍ୱ କହିଛନ୍ତିା ଏନଏସି ପକ୍ଷରୁ ଏକ ମୋବାଇଲ ନମ୍ବର ଜାରି କରାଯିବ ଯେ କୈାଣସି ବ୍ୟକ୍ତି ଭୋଜି କରନ୍ତି ।
ସେମାନେ ଏନଏସିରୁ ଅନୁମତି ଆଣିବେ । ସେହି ଭୋଜିରେ ପ୍ଲାଷ୍ଟିକ୍ ଜନିତ ମଇଳା ବାହାରେ ସେମାନଙ୍କ ଠାରୁ ୫ହଜାର ଟଙ୍କା ଦେୟ ପ୍ରଦାନ କରିବେ । ଯଦି ବିନା ପ୍ଲାଷ୍ଟିକ ଜନିତ ମଇଳା ବାହାରେ୨୫୦୦ଟଙ୍କ ଦେୟ ଆକାରେ ଦେବେ । କୈାଣସି ଦୋକାନୀ କିମ୍ବା ଘର ଲୋକେ ଡ୍ରେନରେ ମଇଳା ପକାନ୍ତି ଏବଂ ମଇଳା ରାସ୍ତାରେ ପକାନ୍ତି ଏସଂପର୍କରେ ସଫେଇ କର୍ମଚାରି ମାନେ ଏନଏସି ପ୍ରଶାସସନ ଜଣାଇବେ । ତାଙ୍କ ବିରୁଦ୍ଧ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପିଡି ତଥା ଏନଏସି ପ୍ରଶାସନିକ ଅଧିକାରୀ ଶିନେ୍ଦ ଦତ୍ତାତ୍ରେୟ ଭାଉସାହେବ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ , ପରିମଳ ନୀରିକ୍ଷକ ଗୈାରହରି ପଣ୍ଡାଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।