Odisha news

ଜେପି ନଡ୍ଡାଙ୍କୁ ଆକ୍ରମଣ ମାମଲା : ପଶ୍ଚିମବଙ୍ଗର ୩ IPS ଅଧିକାରୀଙ୍କୁ ଗୃହମନ୍ତ୍ରଣାଳୟରୁ ଡାକରା

0

ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗର ମୁଖ୍ୟ ସଚିବ ଓ DGP ଙ୍କୁ ବଦଳି କରି ସାରିବା ପରେ କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟ ଆଉ ଗୋଟିଏ ବଡ଼ ପଦକ୍ଷପ ଉଠାଇଛି l ଏହି ପଦକ୍ଷପ ଅନୁସାରେ ବିଜେପି ଅଧକ୍ଷ ଜେପି ନଡ୍ଡାଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିବା ୩ ବରିଷ୍ଠ IPS ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ପଠାଇବାକୁ ପଶ୍ଚିମ ବଙ୍ଗ ପ୍ରଶାସନଙ୍କୁ ନିର୍ଦେଶ ଦିଆଯାଇଛି l ମୁଖ୍ୟ ସଚିବ ଓ DGP ଡିସେମ୍ବର ୧୪ ତାରିଖରେ ଯଦି ଉପସ୍ଥିତ ନହେଲେ ତେବେ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଇନଗତ ଯୁଦ୍ଧ ଆରମ୍ଭ ହୋଇପାରେ l ପଶ୍ଚିମବଙ୍ଗର ସରକାର ଏହି ୩ ଅଧିକାରୀଙ୍କୁ ଡେପୁଟେସନରେ ପଠାଇବା ପାଇଁ ମନା କରି ଦେଇଛନ୍ତି l

୧୨ ତାରିଖ ଦିନ କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟ ପଶ୍ଚିମବଙ୍ଗରେ ମୁତୟନ ହୋଇଥିବା ସେହି ୩ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ରେ ପଠାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି l ଜେପି ନଡ୍ଡାଙ୍କର ପଶ୍ଚିମବଙ୍ଗ ଗସ୍ତ ସମୟରେ ଏହି ୩ ଅଧକାରୀଙ୍କୁ ତାଙ୍କ ସୁରକ୍ଷା ପାଇଁ ମୁତୟନରେ କରାଯାଇଥିଲା l ଗୁହମନ୍ତ୍ରାଳାୟ ପକ୍ଷରୁ କୁହାଯାଇଛି ଯେ କୌଣସି ରାଜ୍ୟ ଡେପୁଟେସନ୍ ରେ ପଠାଇବା ପାଇଁ ଅଧିକାରୀ ମାନାଙ୍କୁ କେନ୍ଦ୍ରକୁ ମନାକରି ପାରିବ ନାହିଁ l ମିଳିଥିବା ସୂଚନା ଅନୁସାରେ ଏହି ମାମଲାଟି କେବଳ ଏହିଠାରେ ରହିନାହିଁ l ଏହି ମାମଲାକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ପାଖରୁ କାନୁନ ବ୍ୟବସ୍ଥାକୁ ନେଇ ରିପୋର୍ଟ ମାଗିଛନ୍ତି l ବର୍ତ୍ତମାନ ଏହି ଅଧିକାରୀ ମାନେ ପଶ୍ଚିମବଙ୍ଗ ସରକାରଙ୍କ ଅଧୀନରେ କାମ କରୁଛନ୍ତି ଓ ପଶ୍ଚିମବଙ୍ଗ ସରକାରଙ୍କ ବିନା ନିର୍ଦେଶରେ ଏମାନେ ଦିଲ୍ଲୀ ଯାଇପାରିବେ ନାହିଁ l

ଯଦି କେନ୍ଦ୍ର ସରକାର ରାଜ୍ୟପାଳଙ୍କର କାନୁନ ବ୍ୟବସ୍ଥା ରିପୋର୍ଟକୁ ନେଇ ଅଡ଼ି ବସିଲେ ତେବେ ପଶ୍ଚିମବଙ୍ଗ ସରକାରଙ୍କ ବିରୁଦ୍ଧରେ ଧାରା ୩୫୬ ଅନ୍ତର୍ଗତ ବରଖାସ୍ତ କରିବାର କାର୍ଯ୍ୟାନୁଷ୍ଠାନ କରାଯିବ l ଗୃହମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଆମେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ତାହା କେନ୍ଦ୍ରକୁ ସୁରକ୍ଷା ଦେବାକୁ ଅବହେଳାକୁ ନେଇ ଯାଞ୍ଚ ଚାଲିଛି l ଆମର କାୖଣସି ରାଜ୍ୟ କିମ୍ବା ରାଜନେତାଙ୍କ ପାଖରେ କୌଣସି ଅପତୀ ନାହିଁ l ଏହି ପୁରା ମାମଲା ବିଜେପି ଅଧକ୍ଷ ଜେପି ନଡ୍ଡାଙ୍କର ଦୁଇ ଦିନିଆ ବଙ୍ଗଳା ଗସ୍ତରେ ସହିତ ଯୋଡି ହୋଇଛି l ଜେପି ନଡ୍ଡା ବଙ୍ଗଳା ଗସ୍ତରେ ଯାଇଥିବା ବେଳେ ତାଙ୍କ କାଫିଲା ଉପରେ ଆକ୍ରମଣ ଓ ତାଙ୍କର ସୁରକ୍ଷାକୁ ନେଇ ଅବହେଳା ବାବଦରେ କେନ୍ଦ୍ର ସାରାକର ପଶ୍ଚମବଙ୍ଗର ରାଜ୍ୟପାଳଙ୍କ ନିକଟରୁ କାନୁନ ବ୍ୟବସ୍ଥାକୁ ନେଇ ରିପୋର୍ଟ ମାଗିଥିଲେ l ରିପୋର୍ଟକୁ ଅନୁଧ୍ୟାନରେ କଲା ପରେ DGP ଓ ମୁଖ୍ୟ ସଚିବଙ୍କୁ ଦିଲ୍ଲୀରୁ ଡାକରା ଆସିଥିଲା l ଦେଖାଯାଉ ଆଗକୁ କଣ ହେଉଛି l

Leave A Reply