ନୂଆଦିଲ୍ଲୀ :ଚଳଚିତ୍ରରେ ଆପଣ ମାନେ ଦେଖିଥିବେ କି ଖଳନାୟକର ଘରେ ଗୁପ୍ତ ସୁଡ଼ଙ୍ଗ କିମ୍ବା ରାସ୍ତା ରହିଥାଏ l ଯଦି ପୋଲିସ ମୁଖ୍ୟ ଦୁଆର ଦେଇ ଘର ମଧ୍ୟକୁ ପ୍ରବେଶ କରେ ତେବେ ଗୁପ୍ତ ରାସ୍ତା ଦେଇ ସମସ୍ତେ ଲୁଚି ପଳାଇ ଯାନ୍ତି l ଗୋଟିଏ ବ୍ୟକ୍ତି ନିଜ ପାଇଁ ରହିବାକୁ ଏକ ଘର ଖୋଜୁଥିଲା l ସେ ଯେତେବେଳେ ଗୋଟିଏ ଫ୍ଲାଟ ଦେଖିବାକୁ ପହଁଚିଲା ,ତାକୁ ସେତେବେଳେ ଅହିବଳି ଗୋଟିଏ ଗୁପ୍ତ ସୁଡ଼ଙ୍ଗ ଦେଖିବାକୁ ମିଳିଥିଲା ,ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା l ସେହି ବ୍ୟକ୍ତି ଜଣଙ୍କ ଏହି ସୁଡ଼ଙ୍ଗକୁ ଦେଖି ଗୋଟିଏ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି l
ଏହି ଭିଡ଼ିଓଟି ଖୁବ ଭାଇରାଲ ହୋଇଛି l ଯେମି ବ୍ଲିକଶ ନାମକ ବ୍ୟକ୍ତି ନିଜ ଟ୍ୱିଟରରେ ଏହି ଭିଡିଓ ଟିକୁ ସେୟାର କରି ଲେଖିଛନ୍ତି ମୁଁ ଆଜି ଗୋଟିଏ ଭଡା ରହିବ ପାଇଁ ଘର ଦେଖିଲି ଓ ମତେ ଲାଗୁନାହିଁ କି କେବେବି ଏହି ଘରର ଏପରି ଗୁପ୍ତ ରାସ୍ତା କିମ୍ବା ସୁଡ଼ଙ୍ଗ ରହିଥିବା l ଯାହା ମୋର ବିଶ୍ୱାସ ବାହାରେ l ଭିଡିଓଟିରେ ଦେଖା ଯାଇଛି ଜିମି ରୋଷେଇ ଘରକୁ ଆସିବା ମାତ୍ରେ ସିଂଙ୍କ୍ ତଳର କବାଟକୁ ଖୋଲିଥିଲେ l ସେଠାରେ ସେ ଦେଖିବାକୁ ପାଇଥିଲେ ଗୋଟିଏ ସିଡିଟିଏ ତଳକୁ ଯାଇଛି l ସେ ଏହି ସିଡ଼ିଟି ସାହାଯ୍ୟରେ ତଳକୁ ଯିବା ପରେ ସେହି ଆପାର୍ଟମେଣ୍ଟର ପଛ ପଟ ବଗିଚାରେ ଯାଇ ବାହାରିଥିଲେ l ସେ ଆହୁରି ମଧ୍ୟ କହିଛନ୍ତି ଆଜିକାଲି ଆଧୁନିକ ଯୁଗରେ ଏହିଭଳି ଘର ରହିବା ସତରେ ଆଶ୍ଚର୍ଯ୍ୟର କଥା l