Odisha news

କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ହୃଦଘାତ

0

ମୁମ୍ବାଇ: କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ହୃଦଘାତ ହୋଇଛି। ଆଉ ରେମୋଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର କରାଯାଇଥିବାବେଳେ ବର୍ତ୍ତମାନ ରେମୋଙ୍କ ଅବସ୍ଥା ସ୍ଥିର ଅଛି। ଖବର ମୁତାବକ, ଶୁକ୍ରବାର ଅପରାହ୍ନ ପ୍ରାୟ ୨.୩୦ ସମୟରେ ରେମୋ ଡିସୁଜାଙ୍କର ହୃଦଘାତ ହୋଇଥିଲା।

ଆଉ ରେମୋଙ୍କ ହୃତପିଣ୍ଡରୁ ବ୍ଳକେଜ ହଟାଯିବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଥାଉ କି ଏହି ଖବର ବାବଦରେ ବଲିଉଡର କୋରିଓଗ୍ରାଫର ଅହମ୍ମଦ ଖାନ ନିଶ୍ଚିତ କରିଛନ୍ତି | ରେମୋ ନିଜେ ଅହମ୍ମଦଙ୍କ ସହ ୬ ବର୍ଷ ଧରି କାମ କରିଛନ୍ତି | ସେ ଅହମ୍ମଦ ଖାନଙ୍କ ଅନେକ ଚଳଚ୍ଚିତ୍ରରେ ଆସିଷ୍ଟାଣ୍ଟ ଭାବେ କାମ କରିଥିଲେ ।

ରେମୋ ଡିସୁଜାଙ୍କ ବାବଦରେ କହିବାକୁ ଗଲେ ୧୯୯୫ ରେ ବଲିଉଡରେ କୋରିଓଗ୍ରାଫର ଭାବରେ ତାଙ୍କର କ୍ୟାରିଅର୍ ଆରମ୍ଭ ହୋଇଥିଲା | ଏହା ପରେ ଅନେକ ହିଟ ଫିଲ୍ମରେ କୋରିଓଗ୍ରାଫି କରିଥିବାବେଳେ ବିଭିନ୍ନ ରିୟାଲିଟି ସୋରେ ବିଚାରକ ଭାବେ ଦାୟିତ୍ୱ ନିଭାଉଛନ୍ତି |

Leave A Reply