Odisha news

ଉପର ମଣିନାଗ ବିଦୁ୍ୟତ ଜଳୁ ନ ଥିବାରୁ ଅସନ୍ତୋଷ

0

ରଣପୁର, ରଣପୁର ଐତିହ୍ୟ ସମ୍ପନ୍ନ ମଣିନାଗ ପାହଡରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଶୀତ ଋତୁର ଆଗମନରେ ପର୍ଯ୍ୟଟକମାନଙ୍କ ଭିଡ ଲାଗି ଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟକମାନେ ପାହଡ ପାଦ ଦେଶରେ ଥିବା ତଳ ମଣିନାଗ ଦର୍ଶନ କରିବା ସହ ପାହଡ ଶିଖରକୁ ଯାଇ ଉପର ମଣିନାଗଙ୍କୁ ଦର୍ଶନ କରିବା ସହ ପାହଡ ଶିଖରରୁ ମନୋଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । ଏଠାରେ ବର୍ଷର ସବୁ ସମୟରେ ବିବାହ, ବ୍ରତ, ହୋମ ଯଜ୍ଞ ଇତ୍ୟାଦି ଅନୁଷ୍ଠିତ ହୋଇ ଥାଏ । ତଳ ମଣିନାଗରୁ ଉପର ମଣିନାଗ ଯାଇ ଦର୍ଶନ କରିବା ପାଇଁ ସରକାରଙ୍କ ଦ୍ୱାରା ରାସ୍ତା ନିର୍ମାଣ କରାଯାଇଛି । ପରେ ପୀଠକୁ ଆହୁରି ଆକର୍ଷଣୀୟ କରିବା ପାଇଁ ପ୍ରାୟ ୨ କୋଟିରୁ ଉର୍ଦ୍ଧ ଟଙ୍କା ବିନିମୟରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି । କିଛି ଦିନ ତଳେ ପାହାଡ ଶିଖରକୁ ବିଦୁ୍ୟତ୍ ସଂଯୋଗ କରାଯାଇଥିଲା ।

ପ୍ରାୟ ୫ କିଲୋମିଟର ଧରି ଯାଇଥିବା ରାସ୍ତାରେ କେତେକ ବିଦୁ୍ୟତ୍ ଖୁଂଟରେ ବିଦୁ୍ୟତ୍ ଜଳୁଥିବା ବେଳେ ଅନେକ ବିଦୁ୍ୟତ୍ ଖୁଂଟରେ ଲାଇଟ ଜଳୁ ନ ଥିଲା । ଦିନେ ଦୁଇ ଦିନ ବିଦୁ୍ୟତ୍ ଜଳିବା ପରେ ଏବେ ଉପର ମଣିନାଗ ରାସ୍ତାରେ ଆଉ ଲାଇଟ ଜଳୁ ନାହିଁ । ଏହାକୁ ନେଇ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଉପର ମଣିନାଗ ପାଇଁ ଆଲୋକୀକରଣ ପାଇଁ ସ୍ୱତନ୍ତ୍ର ଟ୍ରାନ୍ସଫର୍ମର ବସାଇବା ପାଇଁ ଦାବି ହେଉଛି । ଏ ସମ୍ପର୍କରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଉପର ମଣିନାଗ ଆଲୋକୀକରଣ ନିମନ୍ତେ ସ୍ୱତନ୍ତ୍ର ଟ୍ରାନ୍ସଫର୍ମର ବସାଇବା ପାଇଁ ବିଦୁ୍ୟତ ବିଭାଗର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖା ଯାଇଛି ବୋଲି ମତ ଦେଇଛନ୍ତି ।

Leave A Reply