ନୀଳଗିରି-ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ବାଉଁଶ ବଣିଆ ପଞ୍ଚାୟତ ଅନ୍ତର୍ଗତ ଗୁହାଳିଆ ଗ୍ରାମର ଗୋଟିଏ ଛୋଟ ପିଲା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲା । ଏହି ଖବର ପାଇଲା ପରେ ନୀଳଗିରିର ଯୁବନେତା ସବ୍ୟସାଚୀ ମହାପାତ୍ର ଶିଶୁଟିର ଚିକିତ୍ସା ନିମନ୍ତେ ନିଜ ଶକ୍ତିମୁତାବକ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହାଛଡ଼ା ଶିଶୁଟି କିଭଳି ଭାବେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସା ହୋଇପାରିବ ସେ ଦିଗରେ ବ୍ୟବସ୍ଥା କରିଛନ୍ତି । ଯୁବନେତା ଶ୍ରୀ ମହାପାତ୍ରଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି ।