ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମାଟିଇଟା ପ୍ରସ୍ତୁତ ହେଉଥିବା ଅଭିଯୋଗ ହେବା ପରେ ଆଜି ଆନନ୍ଦପୁର ବ୍ଲକ ବେଲବାହାଳି ଏବଂ ହରିଡାପାଳ ପଞ୍ଚାୟତରେ ଅନେକ ଇଟାଭାଟି ଉପରେ ଆନନ୍ଦପୁର ତହସିଲଦାର ଶ୍ରୀଯୁକ୍ତ ତପନ କୁମାର ନାୟକ ଚଢ଼ଉ କରି ବେଆଇନ ଇଟା ପ୍ରସ୍ତୁତ କରୁଥିବା ଲୋକମାନଙ୍କ ଙ୍କୁ ତାଗିଦ କରିବା ସହ ଜୋରିମାନା ଆଦାୟ କରିଛନ୍ତି। ଇଟା ଭାଟି ର ଧୂଆଁ ରେ ସାଧାରଣ ଜନ ଜୀବନ ଅସ୍ତ ବ୍ୟସ୍ତ ହେଉଥିବାରୁ ବେଆଇନ ଇଟା ଭାଟି ଗୁଡିକୁ ତୁରନ୍ତ ବନ୍ଦ କରିବା କୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏଥିରେ ଇଟାଭାଟି ପକାଉଥିବା ମାଲିକ ମାନେ ରସିଦ ନକାଟି ମନ ଇଚ୍ଛା ବେଆଇନ ଭାବେ ସରକାରଙ୍କ ଜମିରେ କିମ୍ବା ଅନ୍ୟ ଲୋକଙ୍କ ଜମିରେ ମାଟିଖୋଳି ମନଇଛା ମାଟିଇଟା ପକାଉଛନ୍ତି ।ଏଥିପାଇଁ ଆଜି ତହସିଲଦାର ସ୍ଥାନୀୟ ଆରଆଇଙ୍କୁ ଏଥିପ୍ରତି ସଚେତନ କରାଇଛନ୍ତି ।