ଆନନ୍ଦପୁର: ଉଭୟ ବନବିବାଗ ଓ ଘଷିପୁରା ପୁଲିସର ମିଳିତ ଚଢାଉରେ ବ୍ରାହ୍ମଣୀପାଳ ରେଞ୍ ଚମ୍ପାପାଳ ଗ୍ରାମରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳକାଠ ଜବଦ କରାଯାଇଥିବା ଜଣାପଡିଛି । ଜବଦ କାଠକୁ ଦେଓଗାଁ ରେଞଅଫିସକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ଲକ୍ଷଧିକ ଟଙ୍କାରୁ ଉର୍ଦ୍ଧ ହେବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ,ଗତ କିଛିଦିନ ହେବ ଚୋରା କାଠମାଫିଆମାନେ ଚମ୍ପାମାଳ ବନାଚଂଳରୁ ବେଫିକର ମୂଲ୍ୟବାନ ଗଛ କାଟି ବାହ୍ୟଜିଲ୍ଲାକୁ ରପ୍ତାନି କରୁଥିବା ଘଟଣା ଜଣାପଡିବା ପରେ ମାଫିଆ ମାନଙ୍କୁ କାବୁ କରିବାକୁ ଡି.ଏଫ.ଓ ଅଜିତ କୁମାର ସତପଥିଙ୍କ ତତ୍ୱାବଧାନରେ ବନବିଭାଗ ପକ୍ଷରୁ ଏକ ଟିମ ଗଠନ କରାଯାଇଥିଲା ।
ତେବେ କୈାଣସି ସୂତ୍ରରୁ ଖବର ପାଇ ଗୁରୁବାର ଦିନ ଘଷିପୁରା ପୁଲିସ ସହାୟତାରେ ଉକ୍ତ ଅଂଚଳକୁ ଚଡାଉ କରାଯାଇ ବହୁ ମୂଲ୍ୟବାନ ଶାଳ କାଠଗଣ୍ଡି ଓ ସିଲପଟକୁ ଜବଦ କରିଥିବା ଦେଖିବାକୁ ମିଳିଛି । ମାତ୍ର କାଠମାଫିଆ ମାନେ ଖସି ପଳାଇବାରେ ସମର୍ଥ ହୋଇଥିଲେ । ଉକ୍ତ ଚଢାଉ କାର୍ଯ୍ୟକ୍ରମରେ ଏସିଏଫ୍ ଫ୍ରଫୁଲ୍ଲ ମଲ୍ଲିକ,ମାଜିଷ୍ଟ୍ରେଟ ଦିବାକର ମାଝି,ହଦଗଡ ରେଞ ଅଧିକାରି ସୁମିତ ମହାନ୍ତି,ବ୍ରହ୍ମାଣୀପାଳ ରେଞଅଧିକାରୀ ମାର୍ଶାଲ କିସ୍କୁ,ପ୍ରଶାନ୍ତ ସ୍ୱାଇଁ,ଶ୍ୟାମସୁନ୍ଦର ସାହୁ,ମଳୟ କୁମାର ସାହୁ,ନବକିଶୋର ନାୟକ,ବୁଦ୍ଧଦେବ ସାହୁ,ଜ୍ୟେସ୍ନାମୟୀ ଜେନା,ମିନତୀ ସେଠୀ ଓ ପଷ୍ପଲତା ସାହୁ ପ୍ରମୂଖ କାଠ ଜବଦରେ ସହଯୋଗ କରିଥିଲେ ।