ଢେଙ୍କାନାଳ ::ସ୍ଥାନୀୟ ଶତାୟୁ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ । ଢେଙ୍କାନାଳ ସଭାଗୃହରେ ଅପରାହ୍ନ ୪ ଘଟିକା ସମୟରେ କୋଭିଡ ନିୟମ ଅନୁପାଳନ କରି ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବରେ ସ୍କୁଲ ଆଲୁମିନି ଆସୋସିଏସନର ସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବରେ ଢେଙ୍କାନାଳ ସଦର ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମୌସୁମୀ ସାହୁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟ ବିଜୟରଶ୍ମୀ ମିଶ୍ର, ମଙ୍ଗଳପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁକାନ୍ତ ଚରଣ ସାହୁ ଓ ମୋ ସ୍କୁଲ ସଂଯୋଜକ ଡା.ଦେବୀପ୍ରସାଦ ମିଶ୍ର ପ୍ରମୁଖ ମଂଚାସୀନ ରହି ସ୍ୱକୀୟ ଅଭିଭାଷଣରେ ମୋ ସ୍କୁଲ ଅଭିଯାନର ପାଣ୍ଠି ସଂଗ୍ରହ ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଏହାର ସୁବିନିଯୋଗ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ପ୍ରସ୍ଥାବ ଗୁଡିକର ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ସମସ୍ତେ ଏକ ମନପ୍ରାଣରେ ମୋ ସ୍କୁଲ କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଦୃଢ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ବିଭିନ୍ନ ବର୍ଷର ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସର୍ବଶୀ୍ର ମାନସ ରଥ,ଗୁପ୍ତେଶ୍ୱର ମିଶ୍ର, ଇଂ ସୌମ୍ୟବ୍ରତ ସାହୁ, ଅବନୀ ମିଶ୍ର, ଦିପ୍ତୀଶ ପ୍ରସାଦ ପଟ୍ଟନାୟକ,ଦୀପକ ପ୍ରସାଦ ପଟ୍ଟନାୟକ,ଭରତ କୁମାର ଦାସ, ଶତୃଘ୍ନ ମାଟି, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସ୍ୱର୍ଣ୍ଣମୟୀ ଶତପଥୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ସୁଶ୍ରୀ ମୌସୁମୀ ସାହୁ ଓ ସଭାପତି ଶ୍ରୀମତୀ ନିବେଦିତା ପାଣି ସ୍ୱୀୟ ଅଭିଭାଷଣରେ ସମସ୍ତେ ଓଡିଶା ସରକାରଙ୍କର ଏହି ଅଭିନବ ମୋ ସ୍କୁଲ ଯୋଜନାରେ ଅର୍ଥରାଶି ପ୍ରଦାନକରି ସରକାର ଦ୍ୱାରା ପ୍ରଦତ ଏହାର ୨ ଗୁଣ ଅର୍ଥରାଶି ପ୍ରାପ୍ତ ହୋଇ ସମୁଦାୟ ଅନୁଦାନ ଅର୍ଥ ରାଶିର ୩ ଗୁଣ ଅର୍ଥରାଶିର ସୁବର୍ଣ୍ଣ ସୁଯୋଗର ସୁବିନିଯୋଗ କରି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ସହାୟକ ହେବାରେ ଆହ୍ୱାନ ଦେଇଥିଲେ । ମୋ ସ୍କୁଲ ସଂଯୋଜକ ଡା.ଦେବୀପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସ୍କୃତ ଶିକ୍ଷୟତ୍ରୀ ଡା.ଅନୁପମା ମିଶ୍ର ମଙ୍ଗଳାଚରଣ ଗାନ କରିଥିବା ବେଳେ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।