Odisha news

ନିଖୋଜ ଯୁବକର ଶବ କୂଅରୁ ଉଦ୍ଧାର ଘଟଣା : ହତ୍ୟା ଅଭିଯୋଗ କରି ହତ୍ୟାକାରୀ ଗିରଫ ଦାବୀରେ ରାସ୍ତାରୋକ

0

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମର ଜନୈକ ଯୁବକ ୨ ଦିନ ତଳେ ନିଖୋଜ ହେବା ଏବଂ ଗତକାଲି ଏକ ପରିତ୍ୟକ୍ତ କୂଅରୁ ନିଖୋଜ ଯୁବକର ଶବ ଉଦ୍ଧାର କରାଯିବାକୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ହତ୍ୟା ଅଭିଯୁକ୍ତ ମାନଙ୍କୁ ତୂରନ୍ତ ଗିରଫ କରିବା ଦାବୀ ଓ ପରିବାରକୁ କ୍ଷତିପୂରଣ ପ୍ରଦାନକୁ ନେଇ ଆଜି ବାଇସିଙ୍ଗା ଛକ ଠାରେ ଗ୍ରାମବାସୀମାନେ ଜାତୀୟ ରାଜପଥ ୫୩କୁ ଅବରୋଧ କରିଥିଲେ ।ଫଳରେ ମାଲବାହୀ ଗାଡି ଓ ଯାତ୍ରୀବାହୀ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇପଡିଥିଲା । ସୂଚନା ଅନୁଯାୟୀ ଗତ ୨ ଦିନ ତଳେ ବାଇସିଙ୍ଗା ଗ୍ରାମର ଅଦୈତ ନାଏକ ନିଖୋଜ ହୋଇଯାଇଥିଲେ ।

ମାତ୍ର ଗତକାଲି କ୍ଷତବିକ୍ଷତ ଅବସ୍ଥାରେ ଅଦୈତଙ୍କ ମୃତ ଦେହକୁ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଥିଲା । ଏ ନେଇ ପରିବାର ଲୋକ ଅଦୈତଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ କରିଥିଲେ । ହତ୍ୟାକାରୀକୁ ଗିରଫ ଓ ପରିବାରକୁ କ୍ଷତିପୂରଣ ଦାବୀରେ ଆଜି ଗ୍ରାମବାସୀମାନେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀମାନେ ଆନେ୍ଦାଳନରୁ ଓହରି ନଥିଲେ । ପରେ ଘଟଣା ସ୍ଥଳରେ କାମାକ୍ଷାନଗର ତହସିଲଦାର ପହଁଚି ଗ୍ରାମବାସୀ ରଖିଥିବା ସର୍ତକୁ ପୂରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଦୀର୍ଘ୫ ଘଂଟା ରାସ୍ତାରୋକ ପରେ ଆନେ୍ଦାଳନକାରୀମାନେ ରାସ୍ତାରୋକରୁ ଓହରି ଯାଇଥିଲେ । ଠପ୍ ହୋଇପଡିଥିବା ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

Leave A Reply