କୋଣାର୍କ : ଗୁରୁବାର ଦିନ ପ୍ରତ୍ୟୁଷ ରୁ କୋଣାର୍କ ଅଂଚଳରେ ଦେଖିବାକୁ ମିଳିଛି ଘନ କୁହୁଡି ର ଚାଦର।ଯାହା ଘୋଡାଇ ଦେଇଛି ପ୍ରକୃତି କୁ।ଏହି ଘନ କୁହୁଡି ର ବଳୟ ଭିତରେ ଏବେ ବ୍ଲାକ ପଗୋଡ଼ା।ଗୁରୁବାର ସକାଳୁ କୋଣାର୍କ ରେ ଦେଖିବାକୁ ମିଳିଛି ମାତ୍ରାଧିକ କୁହୁଡି।ଯାହା ସମ୍ପୂର୍ଣ୍ଣ କୋଣାର୍କ ବଜାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଲୁଚାଇ ଦେଇଛି।କୁହୁଡି ର ମାତ୍ରା ଏତେ ଅଧିକ ଥିଲା ଯେ ନିକଟ ଜିନିଷ ମଧ୍ୟ ଦୃଶ୍ୟମାନ ହେଉନଥିଲା ଓ ଗାଡି ଚାଳକ ଗାଡି ଚଳାଇବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।କୁହୁଡି ର ପ୍ରଭାବ ବିଳମ୍ବ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି।ସେପଟେ ସୂର୍ଯ୍ୟ ମନ୍ଦିର ରେ କୁହୁଡି ର ଘନ ବଳୟ ଯୋଗୁଁ ପର୍ଯ୍ୟଟକ ମାନେ ମନ୍ଦିର ର ସୁକ୍ଷ୍ମ କାରୁକାର୍ଯ୍ୟ ନଦେଖି ନିରାଶ ହୋଇ କୁହୁଡି ଛାଡିବା ପର୍ଯ୍ୟନ୍ତ ମନ୍ଦିର ଭିତରେ ଗୋଟେ ସ୍ଥାନରେ ବସିରହିଥିବା ପରିଲକ୍ଷିତ ହୋଇଥିଲା । କୁହୁଡି ଆଗାମୀ ଦିନ ମାନଙ୍କରେ ଉପକୂଳ ଅଂଚଳରେ ଅଧିକ ହେବ ବୋଲି ପାଣି ପାଗ ବିଭାଗ ପୂର୍ବା ଅନୁମାନ କରି ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି।