ଭାରତ ଇତିହାସରେ ଯେଉଁ କିଛି ସ୍ମରଣୀୟ ଦିବସ ଲିପିବଦ୍ଧ ହୋଇଛି ତନ୍ମମଧ୍ୟରୁ ବିଜୟ ଦିବସ ଅନ୍ୟତମ l 16 ଡିସେମ୍ବର ଆସୁ ଆସୁ ସବୁ ଭାରତୀୟ ମାନଙ୍କୁ ମନେପଡିଯାଏ ସେହି 1971 ମସିହା ବିଜୟ ଦିବସ l ମାତ୍ର 13 ଦିନ ମଧ୍ୟରେ ଭାରତୀୟ ସୈନିକ ମାନେ ପାକିସ୍ତାନକୁ ଉଚିତ ଶିକ୍ଷା ଦେଇ ସବୁଠାରୁ ବଡ ବିଜୟ ଲାଭକଲେ l ଏହି ଯୁଦ୍ଧରେ ଭାରତ 93,000 ପାକିସ୍ତାନ ସୈନିକଙ୍କ ଯୁଦ୍ଧ ବନ୍ଧୀ କରିଥିଲେ l 1971 ପୂର୍ବରୁ ବାଙ୍ଗଲାଦେଶ ପାକିସ୍ତାନର ଏକ ଅଂଶ ଥିଲା l ଏହି ଯୁଦ୍ଧ ପରେ ପୂର୍ବ ପାକିସ୍ତାନ ଆଜାଦ ହେଲା ଓ ଯାହା ଆଜି ବାଙ୍ଗଲା ଦେଶ ଭାବେ ପରିଚିତ l
ପୂର୍ବ ପାକିସ୍ତାନର ଲେଫ୍ଟନେଣ୍ଟ କମାଣ୍ଡର ଏ .କେ .ନିଆଯି ପୂର୍ବଭାରତର ଲେଫ୍ଟନେଣ୍ଟ ଜେନରଲ ଜଗଜିତ ସିଂ ଆଓଡା ଙ୍କ ପାଖରେ ଆତ୍ମ ସମମ୍ପର୍ଣ କଲେ ଓ ଏହାପରେ 17 ଡିସେମ୍ବରରେ 93,000 ସୈନିକଙ୍କ ଯୁଦ୍ଧ ବନ୍ଧୀ କରାଯାଇଥିଲା l ଏହି ଯୁଦ୍ଧରେ 3900 ଭାରତୀୟ ସୈନିକ ସହିଦ ହୋଇଥିଲେ ଓ 9851 ଆହତ ହୋଇଥିଲେ l