ଗତ ବର୍ଷ ଇକୋରିଟ୍ରିଟି ର ଅଦଭୂତପୂର୍ଵ ସଫଳତା ପରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ କୋଣାର୍କ ବେଳାମାର୍ଗ ର ରାମଚଣ୍ଡୀ ମୁହାଁଣ ନିକଟରେ ଦ୍ୱିତୀୟ ଇକୋରିଟ୍ରି ଉତ୍ସଵ କୁ ବୁଧବାର ପୂର୍ବାହ୍ନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନୀ ପଟ୍ଟନାୟକ ଭିଡ଼ିଓ କନଫରନସି ଦ୍ଵାର ବାର୍ତ୍ତା ଦେଇ ଉଦଘାଟନ କରିଛନ୍ତି। ଓଡିଶା ପର୍ଯ୍ୟଟନ ବିଭାଗ ଏଭଳି ଏକ ଉତ୍ସଵ ଆୟୋଜନ କରିବା ଦ୍ଵାରା ଓଡିଶାକୁ ଦେଶ ଓ ବିଦେଶ ରୁ ଅଧିକ ପର୍ଯ୍ୟଟଙ୍କ ର ଆଗମନ ହେବ ଯାହା ପାଇଁ ଓଡିଶା ର ଅର୍ଥ ନୀତି ବିକଶିତ ହୋଇ ପାରିବ ବୋଲି ଭିଡ଼ିଓ ବର୍ତ୍ତାଦେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ସଵ ଶୁଭ ଉଦଘାଟନ ଅବସରରେ
ବାର୍ତ୍ତା ଦେବା ସହ ଓଡିଶା ପର୍ଯ୍ୟଟନ ବିଭାଗ ର ପ୍ରୟାସ କୁ ପ୍ରସଂଶା କରିଛନ୍ତି।ବୁଧବାର ଦିନ ଉତ୍ସଵ ସ୍ଥଳରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳୀତେନ୍ଦୁ ମହାପାତ୍ର ,ପର୍ଯ୍ୟଟନ ସଚିବ ଵିଶାଲ କୁମାର ଦେବ ଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ହୋଇ ବେଲୁନୁ ଉଡାଇ ଚଳିତ ବର୍ଷର ଇକୋ ରିଟ୍ରିଟ ଉତ୍ସଵ କୁ ଶୁଭାରମ୍ଭ କରିଥିଲେ। ଏଠାରେ ସୂଚନା ଥାଉକି ଚଳିତ ବର୍ଷ କୋଣାର୍କ ବେଳାମାର୍ଗ ସହ ଓଡ଼ିଶାର ଚାରୋଟି ସ୍ଥାନରେ ଏହି ଉତ୍ସଵ ପର୍ଯ୍ୟଟନ ବିଭାଗ ଆୟୋଜନ କରିଛି ଯାହା ବୁଧବାର ଠାରୁ ଚାଲୁଅଛି।
କୋଣାର୍କ ବେଳାମାର୍ଗ ରେ ଏହି ଉତ୍ସବ ରେ ୫୦ଟି ଅତ୍ୟାଧୁନିକ ଶୀତତାପ ତମ୍ବୁର ନିର୍ମିତ କଟେଜରେ ପର୍ଯ୍ୟଟକ ମାନେ ବିଭାଗ ଦ୍ଵାରା ନିର୍ଦ୍ଧାରିତ ଦେୟ ଦେଇ ରାତ୍ରୀ ଯାପନ କରି ସି ଫୁଡ଼, ବାର, ପରାସେଲିଂ, ସମୁଦ୍ର ବୋଟିଙ୍ଗି କରିବା ସହ ବେଳାମାର୍ଗ ରେ ସାଇକେଲିଂ କରି ଜଙ୍ଗଲି ପରିବେଶର ଭରପୁର ମଜା ନେଇପାରିବେ। ଚଳିତ ବର୍ଷ ଏହି ଉତ୍ସଵ ୩ମାସ ଚାଲିବା ପାଇଁ ପର୍ଯ୍ୟଟନ ବିଭାଗ ଯୋଜନା କରିଥିବା ଏବଂ ଫେବୁଆରୀ ମାସ ପାର୍ଯ୍ୟନ୍ତ ପ୍ରାୟ ୩୦୦ଟି କଟେଜ ର ବୁକିଙ୍ଗି ସରିଥିବା ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି।ପ୍ରଥମ ଦିନରେ ୨୨ଟି କଟେଜ ରେ ପର୍ଯ୍ୟଟକ ମାନେ ଆସି ରାତ୍ରୀ ଯାପନ କରିଥିବା ସୂଚନା ମିଳିଛି।

