ଆପଣ ଅନେକ ଚଢେଇ ଦେଖିଥିବେ ଓ ସେମାନଙ୍କ ନାମ ଜାଣିଥିବେ l ପ୍ରତ୍ୱେକଟି ପକ୍ଷୀର ନିଜସ୍ୱ କିଛି ଗୁଣ ରହିଛି l କୌଣସି ପକ୍ଷୀ ଦେଖିବାକୁ ସୁନ୍ଦର ହୋଇଥାଏତ ଆଉ କାହାର ସ୍ୱର ମଧୁର ହୋଇଥାଏ ଯାହା ଆମ ମନକୁ ଶାନ୍ତି ଦେଇଥାଏ l ସେହିଭଳି ଗୋଟିଏ ପକ୍ଷୀ ହେଉଛି ବୋବର ବାର୍ଡ଼ ଏହା ଦେଖିବାକୁ ଖୁବ ସୁନ୍ଦର ଅଟେ ଏବଂ ଯାହାର ମିଜାଜ ଅତି ରଙ୍ଗୀନ ଅଟେ l ଏହି ଚଢେଇଟିର ପ୍ରେମ କରିବା ଅନ୍ଦାଜ ପୁରା ନିଆରା l ପ୍ରେମରେ ବୁଡି ରହିଥିବା ଏହି ପକ୍ଷୀଟିର ସ୍ୱତନ୍ତ୍ର ଗୁଣ ହେଲା ସେ ନିଜର ପ୍ରେମିକା ପାଇଁ କୌଣସି ଗୁଣରେ କମ ନଥିବା ସୁନ୍ଦର ଘର ତିଆରି କରି ପାରେ l ମାଇ ପକ୍ଷୀକୁ ଆକର୍ଷିତ କରିବା ପାଇଁ ସେ ନିଜ ବସାକୁ ରଙ୍ଗୀନ ଓ ଚମକୁଥିବା ଜିନିଷରେ ସଜାଇଥାଏ l
ବିଶ୍ୱରେ ଥିବା ବୋବର ବାର୍ଡ଼ ମାନଙ୍କର ପାଖାପାଖି ୨୦ ଟି ପ୍ରଜାତି ରହିଛି ଯେଉଁ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ବଗେଲ କୋପ ବୋବର ବାର୍ଡ଼ l ବୋବର ବାର୍ଡ଼ର ଏହି ପ୍ରଜାତି ଇଣ୍ଡୋନେସିଆର ଦୀପ ନିଯୁଗୀନୀରେ ଦେଖିବାକୁ ମିଳିଥାଏ l ଏହି ଚଢେଇଟିର ସବୁଠୁ ସୁନ୍ଦର ଗୁଣ ଏହା ଯେ କୌଣସି ବାସ୍ତୁକାର ଭଳି ନିଜର ଘରକୁ ତିଆରି କରିଥାଏ l ଏହି ପକ୍ଷୀମାନେ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ଝାଟି ଓ ସୁତା ସହିତ ଘର ପ୍ରସ୍ତୁତ କରନ୍ତି ଓ କିଛି ମୋଟା କାଠି ସାହାଯ୍ୟରେ ଗୋଟିଏ ଖୁଣ୍ଟ ପ୍ରସ୍ତୁତ କରନ୍ତି ଏବଂ ଏହା ଉପରେ ଛୋଟ ଛୋଟ ଘାସ ରଖି ବସାର ଆକାର ଦିଅନ୍ତି l ପରେ ବଡ କୁଶଳତାର ସହିତ ବିଭିନ୍ନ ପ୍ରକାରର ଫୁଲ ଓ ପତ୍ର ସାହାଯ୍ୟରେ ସଜାଇ ଥାନ୍ତି l ଗବେଷଣାରୁ ଜଣା ପଡିଛି ଯେ ମାଇ ବୋବର ବାର୍ଡ଼କୁ ନୀଳରଙ୍ଗ ଖୁବ ପସନ୍ଦ ଅଟେ l
ତେଣୁ ପୁରୁଷ ପକ୍ଷୀଟି ତାକୁ ଆକୃଷ୍ଟ କରିବାକୁ ଯାଇ ନୀଳ ରଙ୍ଗର ଫୁଲରେ ସଜାଇ ଥାଏ କିମ୍ବା ବିଭିନ୍ନ ପ୍ରକାରର ଫୁଲ ,ଶୁଖିଲା ପତ୍ର ,ଫଳ ମଞ୍ଜି ଇତ୍ୟାଦିରେ ସଜାଇଥାଏ l ଏହି ଚଢେଇଟି ଅଟେ ବୁଦ୍ଧିମାନ ଅଟେ ଯେ ନିଜ ବସାରେ ଲାଗିଥିବା ଫୁଲ ଯଦି ଝାଉଁଳି ପଡେ ତେବେ ତାକୁ ତୁରନ୍ତ କାଢି ଦେଇଥାଏ ଏବଂ ନୂଆ ଫୁଲ ଲଗାଇ ଦିଏ l ଏହି ପକ୍ଷୀମାନେ ବେଳେ ବେଳେ ଅନ୍ୟ ପକ୍ଷୀଙ୍କ ବସାରୁ ଚୋରି ମଧ୍ୟ କରିଥାନ୍ତି l ଏହା ବ୍ୟତୀତ ଏମାନେ ମାନବ ନିର୍ମିତ ଜିନିଷ ଯେପରିକି ରଙ୍ଗୀନ ଢାଙ୍କୁଣୀ ,ପ୍ଲାଷ୍ଟିକ ସୁତା ଇତ୍ୟାଦି ଏକାଠି କରି ଘର ତିଆରି କରେ l ମାଇ ପାଖି ପୁରୁଷ ପକ୍ଷୀର ବସାରେ ଆସି ବସିକି ଦେଖେ ଯେ ପୁରୁଷ ପକ୍ଷୀଟି କିପରି ସଜାଇଛି l