Odisha news

ଶତ୍ରୁକୁ ଖୋଜି ବିନାଶ କରିବା ଅର୍ଜୁନ ଟ୍ୟାଙ୍କ୍

0

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନର ସାମରିକ ଆହ୍ୱାନକୁ ଦେଖି ଭାରତ ସରକାର ଲଗାତାର ଭାବରେ ତିନି ସେନା ବାହିନୀଙ୍କୁ ଆଧୁନିକ କରିବାରେ ଲାଗିଛନ୍ତି l ଭାରତୀୟ ସେନର ଭବିଷ୍ୟତର ଆହ୍ୱାନକୁ ଓ ଆବଶ୍ୟକତାକୁ ଦେଖି ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଅର୍ଜୁନ ମାର୍କ ୧-ଏ ର ଅତ୍ୟାଧୁନିକ ରାଣ କୌଶଳକୁ ସେନା ସ୍ଥଳରେ ପ୍ରୟୋଗ କରାଯାଇଥିଲା ଯାହା ସମ୍ପୂର୍ଣ୍ଣ ଭାବରେ ସଫଳ ରହିଥିଲା l ଅର୍ଜୁନ ଟ୍ୟାଙ୍କର ଏହି ନୂଆ ଅପଗ୍ରେଡ଼ ଭର୍ଜନରେ କେବଳ ହତିଆର ସହିତ ଫିରିଙ୍ଗ କରାଯିବ ନାହିଁ ବରଂ ମାରକ କ୍ଷମତା ଓ ଗୁଣ କୌଶଳ ମଧ୍ୟ ତୀବ୍ର ଅଟେ l

ଭାରତୀୟ ସେନା ଏହି ରଣକୌଶଳର ଟ୍ୟାଙ୍କକୁ ଯୁଦ୍ଧ ସମୟରେ ଶତ୍ରୁ ବିରୁଦ୍ଧରେ ପ୍ରୟୋଗ କରିବ l ଉଚାପଦସ୍ତ ସୈନ୍ୟ ଅଧିକାରୀ ମାନେ ଏହି ଟ୍ୟାଙ୍କକୁ ପରଖିଥିଲେ l ଅର୍ଜୁନ ଟ୍ୟାଙ୍କର ନିଜର ଗୁଣବର୍ତ୍ତକୁ ସିଦ୍ଧ କରିବା ପାଇଁ ସଫଳତା ପୂର୍ବକ କେତେଗୁଡିଏ ମିସାଇଲ ଓ ଅସ୍ତ୍ର ଚଳା ଯାଇଥିଲା l କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାବେମ୍ବର ୧୩ ତାରିଖରେ ଜେସଲମେର ସୀମାବର୍ତୀ ଅଞ୍ଚଳରେ ଲାଙ୍ଗେଵାଲା ପୋଷ୍ଟରେ ଅର୍ଜୁନ ଟ୍ୟାଙ୍କ ଉପରେ ରହି ସେନାର ଏହି ନୂଆ ଟ୍ୟାଙ୍କକୁ ସାମିଲ ହେବାର ସଂକେତ ଦେଇଥିଲେ l

ସେନା ସୂତ୍ରରୁ ଜଣାପଡିଫିଛି ଯେ ସେନାରେ ଏହି ସମୟରେ ଅର୍ଜୁନ ଟ୍ୟାଙ୍କର ଦୁଇଟି ୟୁନିଟ ଅଛି l ଏହି ଅପଗ୍ରେଡ଼ ଟ୍ୟାଙ୍କ ଦ୍ୱାରା କେବଳ ମିସାଇଲ ଖ୍ୟପଣ ହେବ ନାହିଁ ଆହୁରି ମଧ୍ୟ ଅଟୋ ଟାର୍ଗେଟ ସେଟ କରି ଶତ୍ରୁ ରହିଥିବା ସ୍ଥାନକୁ ଓ ଶତ୍ରୁ ଉପରକୁ ଆକ୍ରମଣ କରାଯାଇ ପାରିବ l ମିଳିଥିବା ସୂଚନାରୁ ଜଣା ପଡିଛି ଆମ ଭାରତୀୟ ସୈନ୍ୟ ମାନେ ଅର୍ଜୁନ ଟ୍ୟାଙ୍କର ନୂଆ ସ୍ବଦେଶୀ ଅପଗ୍ରେଡ଼ ଭର୍ଜଙ୍କ ଦେଖି ସନ୍ତୁଷ୍ଟ ରହିବ ସହିତ ଖୁସି ମଧ୍ୟ ଅଛନ୍ତି l ମହତ୍ୱପୂର୍ଣ୍ଣ କଥାଟି ହେଲା ବର୍ତମାନ ଭାରତୀୟ ସେନା ଆଉ ଆଗଭଳି ବିଦେଶରୁ ଆସୁଥିବା ଟ୍ୟାଙ୍କ ମାନଙ୍କ ଉପରେ ନିର୍ଭର କରିବ ନାହିଁ l

Leave A Reply