Odisha news

ଅଷ୍ଟ୍ରେଲିଆରେ ରୋଗୀ ଭାରତରେ ଡାକ୍ତର : ବିନା ସାକ୍ଷାତରେ ତିଆରି ହେଲା ଅପ୍ରାକୃତିକ କାନ

0

ନୂଆଦିଲ୍ଲୀ : ପୁନାର ଡାକ୍ତର ଓ ଉଦ୍ୟଗ ଇଣ୍ଡରଷ୍ଟ୍ରିଆଲ ଡିଜାଇନ୍ ଇଞ୍ଜିନିୟର ଗୋଟିଏ ଅସମ୍ଭବ ଦେଖା ଯାଉଥିବା କାମକୁ ସମ୍ଭବ କରି ପାରିଛନ୍ତି l ସେ ଅଷ୍ଟ୍ରେଲିଆରେ ହଜାର ହଜାର କିଲୋମିଟର ଦୂରରେ ରହିଥିବା ଜଣେ ବ୍ୟକ୍ତିଙ୍କୁ ନଦେଖି ତାଙ୍କପାଇଁ ଅପ୍ରାକୃତିକ କାନ ତିଆରି କରିବାର କୃତିତ୍ୱ ଅର୍ଜନ କରିଛନ୍ତି l ସେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ପାରିଛନ୍ତି ଓ କାନଟି ସମ୍ପୂର୍ଣ୍ଣ ଭାବରେ ଗୋଟିଏ ସତ କାନ ଭଳି ଦେଖା ଯାଉଛି l କରୋନା ମହାମାରୀ କାରଣରୁ ନୟକ୍ତି ଜଣଙ୍କ ଅଷ୍ଟ୍ରେଲିଆରୁ ଭାରତ ଆସିବା ସମ୍ଭବପର ନଥିଲା l କିନ୍ତୁ ଡାକ୍ତର ମାନେ ପୁନାରେ ରହି ସିଡନୀରେ ଥିବା ବ୍ୟକ୍ତି ଜଣଙ୍କ ପାଇଁ କାନ ପ୍ରସ୍ତୁତ କରି ଗୋଟିଏ ବଡ଼ ଉପଲବ୍ଧି ହାସଲ କରିଛନ୍ତି l

ଏଥିପାଇଁ ଗୋଟିଏ ଖାସ ପ୍ରକାରର ସ୍ପଟୱେର ଓ ଥ୍ରୀଡି ପ୍ରିଣ୍ଟରର ସହର ନିଆଯାଇଥିଲା l ଏହା ପରେ ପ୍ରସ୍ତୁତ ହୋଇଥିଲା ଅପ୍ରାକୃତିକ କାନ l ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଏହି କାନକୁ ଅଷ୍ଟ୍ରେଲିଆ ପଠେଇ ଦିଆଯିବ l ଡାକ୍ତର ଶ୍ରୀନିବାସନ କହିଛନ୍ତି ଯେ ଲକଡାଉନ କାରଣରୁ ରୋଗୀ ଜଣଙ୍କ ଏଠାକୁ ଆସିବା ସମ୍ଭବ ନୁହେଁ l ସେଥିପାଇଁ ଆମେ ଭିଡିଓ ଓ ଫଟୋ ଜରିଆରେ ଚର୍ମ ରଙ୍ଗକୁ ମିଳାଇଥିଲୁ l ଏହା ପରେ ଇଞ୍ଜିନିୟରଙ୍କ ସାହାଯ୍ୟ ନେଇ କାନ ପ୍ରସ୍ତୁତ କରିଥିଲୁ l ସେ କହିଛନ୍ତି ଯେ ଯେତେବେଳେ ସେହି ବ୍ୟକ୍ତି ଜଣଙ୍କ ଜନ୍ମ ହେଲେ ବିନା କାନରେ ଜନ୍ମ ହୋଇଥିଲେ l ତାଙ୍କୁ କଥା ଶୁଣିବାରେ ଅନେକ ଅସୁବିଧା ହେଉଥିଲା l କିନ୍ତୁ ବର୍ତମାନ ତାଙ୍କର ସମସ୍ତ ଅସୁବିଧା ଦୂର ହୋଇଯିବ l

Leave A Reply