Odisha news

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ

0

ଜଗତସିଂହପୁର ୦୯ା୧୨: “ବନେ୍ଦ ଉକôଳ ଜନନୀ”ର କାଳଜୟୀ ସ୍ରଷ୍ଟା ତଥା ଅନନ୍ୟ ସାରସ୍ୱତ ସାଧକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୨ ତମ ଜୟନ୍ତୀ ଆଜି ଜଗତସଂହପୁର ସାରସ୍ୱତ ପରିଷଦ ପକ୍ଷରୁ ସ୍ଥାନୀୟ ତରଡାପଡାସ୍ଥିତ ଟାଇମ୍ସ ଗୁରୁକୁଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ “ବନେ୍ଦ ଉକôଳ ଜନନୀ” ଇତି ମଧ୍ୟରେ ରାଜ୍ୟ ସଙ୍ଗୀତ ମାନ୍ୟତା ଲାଭ କରିଥିବାରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଏହି ସମ୍ମାନ କାନ୍ତକବିଙ୍କୁ ଉପଯୁକ୍ତ ମର୍ଯ୍ୟଦା ଦେଇ ପାରିଛି ବୋଲି କହିଥିଲେ ।

ଶିକ୍ଷୟିତ୍ରୀ ସୈାଦାମିନୀ ସାହୁ କହିଥିଲେ ଯେ, କାନ୍ତକବିଙ୍କ ରଚିତ “ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡାଇବ ହେ” ଭଳି ହୃଦୟ ବିଦାରକ ଏବଂ ଚିରନ୍ତନ ଆଧ୍ୟାତ୍ମିକ ସଙ୍ଗୀତ ଏବେବି ଓଡିଆ ଜନମାନସରେ ଉଜ୍ଜିବୀତ ହୋଇ ରହିଛି । ସେହିପରି ଶିକ୍ଷକ କମଳ ଲୋଚନ ବିଶ୍ୱାଳ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱର୍ଗତ ଲକ୍ଷ୍ମୀକାନ୍ତ ମହାପାତ୍ର ସାହିତ୍ୟ ଜରିଆରେ ସାଧାରଣ ମଣିଷ ଚରିତ୍ର ସମେତ ରାଜନୀତି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବ୍ୟଙ୍ଗ ସାହିତ୍ୟ ମାଧ୍ୟମରେ ଯେଭଳି ପ୍ରୟାସ କରିଥିଲେ, ତାହା ଅନ୍ୟତ୍ର ପରିଲକ୍ଷିତ ହୁଏ ନାହିଁ । ଅନ୍ୟ ମାନଙ୍କ ମଧ୍ୟରେ ତରଡାପଡା ଆଇ.ଟି.ଆଇ.ର ନିଦେ୍ର୍ଦଶକ ରଶ୍ମୀରଞ୍ଜନ ମିଶ୍ର ,ଶିକ୍ଷକ ବିଚିତ୍ରାନନ୍ଦ ତ୍ରିପାଠୀ ଓ ସୁଶ୍ରୀଅଞ୍ଜୁଷା ପ୍ରମୁଖ ଆଲୋଚନାରେ ଅଶଂଗ୍ରହଣ କରି କାନ୍ତକବିଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply