Odisha news

୩୯୭ ବର୍ଷ ପରେ ଅନ୍ତରୀକ୍ଷରେ ଦେଖା ଦେବା ଅଦ୍ଭୁତ ଦୃଶ୍ୟ

0

ଚଳିତ ବର୍ଷ ଡିସେମ୍ବର ୨୧ ତାରିଖରେ ଏପରି ଚମତ୍କାର ଦୃଶ୍ୟ ଅନ୍ତରୀକ୍ଷୟରେ ଦେଖା ଯିବ ଯାହା ଏହା ପୂର୍ବରୁ ୧୬୨୩ ଖ୍ରୀଷ୍ଟାବ୍ଦରେ ଦେଖା ଯାଇଥିଲା l ଏହା ଏକ ଦୁର୍ଲଭ ଖଗୋଲୀୟ ଘଟଣା ହେବ ଯେଉଁଥିରେ ବୃହଷ୍ପତି ଓ ଶନି ନିକଟ ତର ହେବାର ଦେଖା ଯିବ l ଏହି ସମୟରେ ଏହା ତାରା ଭଳି ଚମକୁଥିବାର ନଜର ଆସିବେ l ଏହି ଅଦ୍ଭୁତ ସଂଯୋଗ ପାଖାପାଖି ୩୯୭ ବର୍ଷ ପରେ ଘଟିବାକୁ ଯାଉଛି l ଯଦି ଆପଣ ଏହାକୁ ଚଳିତବର୍ଷ ଦେଖିପାରିବେ ନାହିଁ ତେବେ ଆହୁରି ୬୦ ବର୍ଷ ଅପେକ୍ଷା କରିବାକୁ ପଡିବ l

୧୬୨୩ ଖ୍ରୀଷ୍ଟାବ୍ଦ ପରେ ଦୁଇଟି ଗ୍ରହ ଅଟେ ନିକଟତର ହୋଇ ନଥିଲେ ଓ ଏଥିପାଇଁ ଏହାକୁ ଏକ ମହାନ ସଂଯୋଜନା କୁହା ଯାଉଛି l ଗବେଷକ ମାନେ ମତ ଦେଇଛନ୍ତି ଯେ ହଜାର ହଜାର ବର୍ଷ ପରେ ଏହି ଅଦ୍ଭୁତ ସଂଯୋଗ ଅତ୍ୟନ୍ତ ଦୁର୍ଲଭ ଅଟେ l ସେମାନଙ୍କ ମତରେ ଯଦି ଦୁଇଟି ଖଗୋଲୀୟ ପିଣ୍ଡ ପୃଥିବୀରେ ଗୋଟିଏ ଅନ୍ୟଟିର ନିକଟତର ହେବ ଦେଖା ଯାଏ ,ତେବେ ଏହାକୁ ସଂଯୁଗ ମନ କୁହାଯାଇଥାଏ ଓ ଯଦି ଶନି ଅବା ବୃହଷ୍ପତି ଏପରି ସଂଯୋଗ ହୋଇଥିବାର ଦେଖା ଯାଆନ୍ତି ତେବେ ଏହାକୁ ମହାନ ସଂଯୁଗ ମନ କୁହାଯାଏ l

ଖଗୋଲୀୟ ବିଜ୍ଞାନୀ ମାନେ କହିଛନ୍ତି ୨୧ ଡିସେମ୍ବର ରାତିରେ ଏହି ଦୁଇଟି ଗ୍ରହଙ୍କର ଭୌତିକ ଦୂରତା ପାଖାପାଖି ୭୩୫ ମିଲିୟନ କିଲୋମିଟର ହେବ l ଏହା ପରେ ଏପରି ଅଦ୍ଭୁତ ସଂଯୋଗ ୧୫ ମାର୍ଚ ୨୦୮୦ ରେ ଦେଖା ଦେବ ସେ କହିଛନ୍ତି ଡିସେମ୍ବର ୨୧ ରେ ଦୁଇଟି ଗ୍ରହ ନିକଟତର ହେବେ l ଏହି ଦୂର୍ଷ୍ୟ ଭାରତର ଅଧିକାଂଶ ସହରରେ ସୂର୍ଯ୍ୟାସ୍ତ ପରେ ସାଧାରଣ ଲୋକମାନେ ସହଜରେ ଦେଖି ପାରିବେ l

Leave A Reply