Odisha news

ଫୁଲବାଣୀରେ ତାଇକୋଣ୍ଡୋ କଲର ବେଲଟ୍ ପରୀକ୍ଷା ଅନୁଷ୍ଠିତ

0

ଫୁଲବାଣୀ : ଫୁଲବାଣୀ କରୋନେସନ ପଡ଼ିଆ ଠାରେ କନ୍ଧମାଳ ଜିଲାସ୍ତରୀୟ ତାଇକୋଣ୍ଡୋ ସଂଘ ଓ ଫୁଳବାଣୀ ମାର୍ଶଲ ଆର୍ଟ ଏକାଡେମିର ମିଳିତ ସହଯୋଗରେ ଦ୍ୱାଦଶ ତାଇକୋଣ୍ଡୋ କଲର ବେଲଟ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଭାଗରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇଥିଲେ । ଓଡ଼ିଶା ତାଇକୋଣ୍ଡୋ ସଂଘର ସାଧାରଣ ସଂପାଦକ ମନୋଜମୋହନ ଭଞ୍ଜ ଏହି ପରୀକ୍ଷାକୁ ପରିଚାଳନା କରିଥିଲେ । ବେଲଟ୍ ପ୍ରଦାନ ଉତ୍ସବରେ ଜିଲା କ୍ରୀଡା ସଂଘର ସାଧାରଣ ସଂପାଦକ ଶିବ ପ୍ରସାଦ ତି୍ରପାଠୀ ,ଜିଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର ମହାକୁଡ଼ ପ୍ରମୁଖ ଅତିଥିଭାବେ ଯୋଗଦେଇ ମାନପତ୍ର ପ୍ରଦାନ କରିଥିଲେ । କନ୍ଦମାଳ ଜିଲା ପାଇଁ ଆଣିଥିବା ଜାତୀୟ ପଦକ ବିଜେତା ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଜଣାଇବା ସହିତ ଅନ୍ୟମାନଙ୍କୁ ଅତିଥି ମାନେ ଉତ୍ସାହିତ କରିଥିଲେ । ଜିଲା ସଂଘର ସଂପାଦକ ପ୍ରଭାତ କୁମାର ସାହୁ , ଏକଡ଼େମୀର କୋଚ୍ ରମାକାନ୍ତ ବେହେରା , ପ୍ରିତମ୍ ଚନ୍ଦ୍ର ପ୍ରଧାନ ସହିତ ସିନିୟର ବ୍ଳାକବେଲ୍ଟ ଗୋବିନ୍ଦ ସାହାଣୀ ଓ ମଦନ ଦଳବେହେରା ପ୍ରମୁଖ ସହଯୋଗ କରିଥିଲେ ।

 

Leave A Reply