Odisha news

ଫୁଲବାଣୀ ସହ କନ୍ଧମାଳ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ,ଶାନ୍ତିପୁର୍ଣ୍ଣ

0

ଫୁଲବାଣୀ (Santosh Mishra) :  କେନ୍ଦ୍ର ସରକାରଙ୍କ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ଜିଲ୍ଲା ସଦରମହକୁମା ସମେତ କନ୍ଧମାଳ ଜିଲ୍ଲାର ବିଭିନ୍ନ ସଂଗଠନ ଏବଂ ୧୮ଟି ରାନୈତିକ ଦଳ ଆଜି ସମଗ୍ର ଭାରତ ବର୍ଷରେ ଚାଷି ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ର ପ୍ରଭାବ କନ୍ଧମାଳର ସଦରମହକୁମା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲାରେ ସମସ୍ତ ଦୋକାନ ବଜାର ଏବଂ ଗାଡି ମଟର ସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ ପ୍ରତିଷ୍ଠାନ ସବୁ ବନ୍ଦ ରହିଥିଲା ଜିଲ୍ଲାରେ ବନ୍ଦର ପ୍ରଭାବ ରହିଥିଲେ ମଧ୍ୟ ଏହା ମୋଟାମୋଟି ଭାବରେ ଶାନ୍ତି ପୁର୍ଣ୍ଣ ରହିଥିବା ଜଣାପଡିଛି । ଏହି ବନ୍ଦ ଯୋଗୁଁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା । ଏହି ବନ୍ଦ ଡାକରାର ସମର୍ଥନରେ ନବନିର୍ମାଣ କୃଷକ ସଂଗଠନ,କଂଗ୍ରେସ୍,ସିପିଆଇ ଏବଂ ଆଇ.ଉନ.ଟି.ୟୁ.ସି ପକ୍ଷରୁ ଫୁଲବାଣୀ ସହରର ବିଭିନ୍ନ ଛକ ଗୁଡିକରେ ପିକେଟିଂ କରାଯିବା ସହିତ ବାଇକ ରାଲିରେ ଲୋକଙ୍କୁ ଏଥିପାଇଁ ସମର୍ଥନ ଦେବାକୁ ଆହ୍ୱାନ ଦିଆଯାଇଥିଲା ।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମନା କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଓ ଜିଲ୍ଲା ପ୍ରଭାରୀ ସନ୍ତୋଷ ପାତ୍ର ପ୍ରମୁଖ କେନ୍ଦ୍ର ସରକାରଙ୍କ କୃଷକ ନିତୀକୁ ଘୋର ବିରୋଧ କରିବା ସହିତ ଏହି ବିଲ ଜରିଆରେ ଦେଶର କର୍ପରେଟର ମାନେ କୃଷି କ୍ଷେତ୍ରରେ ସେମାନଙ୍କର ଅଧିପତ୍ୟ ବିସ୍ଥାର କରିବେ ବୋଲି କହିଥିଲେ । ସଂଗଠନର ଉପଦେଷ୍ଟା ଅଶୋକ ପ୍ରଧାନ, ଜଳନ୍ଧର କହଁର,ଅଚୁ୍ୟତ ଜାନୀ,ଭାବିନ୍ଦ୍ର କହଁର,ଆନନ୍ଦ କହଁର,ସଞ୍ଜୟ ଜାନୀ,ରାଜୀବ କହଁର,ମହେନ୍ଦ୍ର କହଁର,ସଦାନନ୍ଦ କହଁର ଏବଂ ଭୁଲେଶ୍ୱର ଭୁକ୍ତା ପ୍ରମୁଖ ଏଥିରେ ନେତୃତ୍ୱ ନେଇଥିଲେ । ସେହିପରି କଂଗ୍ରେସ ଦଳର ଜିଲ୍ଲା ସଭାପତି ଅନାମ ନାୟକଙ୍କ ନେତୃତ୍ୱରେ ଘନକୁମାର ଶବର,ଯୁବ କଚଗ୍ରେସ ସଭାପତି ବସନ୍ତ କୁମାର ପାଢୀ,ବରିଷ୍ଠ କଂଗ୍ରେସ ତେନା ହେମନ୍ତ କରଙ୍କ ସମେତ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନିତୀକୁ ବିରୋଧ କରି ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ । ବନ୍ଦ ଯୋଗୁଁ ଫୁଲବାଣୀରେ ସମସ୍ତ ଗାଡି ମଟର ବସଷ୍ଟାଣ୍ଡରେ ଅଟକି ରହିଥିବାର ଦେଖାଯାଇଥିଲା । ସେହିପରି ଜିଲ୍ଲାର ଘୁ.ଉଦୟଗିରି,ବାଲିଗୁଡା,ଦାରିଙ୍ଗବାଡି,କୋଟଗଡ,ତୁମୁଡିବନ୍ଧ,ଫିରିଙ୍ଗିଆ,ଟିକାବାଲି ଏବଂ ବ୍ରାହ୍ମଣଗାଁ ଭଳି ଅନ୍ୟାନ୍ୟ ଅଂଚଳ ଗୁଡିକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା ।

Leave A Reply