ରାୟଗଡା (Rabindra Patkhandal) : ରାୟଗଡା ସହରର ଭିଆଇପି ରୋଡ ସ୍ଥିତ ଜଗନ୍ନାଥ କମ୍ପ୍ଲେକ୍ସରେ କ୍ରାଇମବ୍ରାଂଚ ଏସଟିଏଫ ଏବଂ ରାୟଗଡା ପୁଲିସ ମିଳିତ ଚଢାଉ କରି ୧୫୧ କେଜି ରତ୍ନ ପଥର ଜବତ କରିବା ଘଟଣା ଆଜି ରାଜନୈତିକ ମୋଡ ନେଇଛି । ଏହି ଘଟଣାରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମ୍ପୃକ୍ତ ଥିବାନେଇ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଅଭିଯୋଗ ଆଣିଛନ୍ତିି ।
ଘଟଣାରେ ଗିରଫ ହୋଇଥିବା ଜିତେନ୍ଦ୍ର କୁମାର ବେହେରା ମନ୍ତ୍ରୀ ସାରକାଙ୍କ ରାଜନୈତିକ ସଚିବ ଓ ଘନିଷ୍ଠ ସହେଯାଗୀ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତର ଅଭିଯୋଗ ଅଣାଯିବା ସହ ଜିତେନ୍ଦ୍ର କିଭଳି ଶାସକଦଳ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ତାହର ଫଟୋ ଚିତ୍ର ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । କେବଳ ଜଗନ୍ନାଥ ସାରକା ନୁହଁନ୍ତି ରାଜ୍ୟର ଅନେକ ମନ୍ତ୍ରୀଙ୍କ ସହିତ ତାଙ୍କର ଫଟୋ ଏବେ ଭାଇରାଲ ହୋଇଛି ।
ଏଭଳିକି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ କାରବାର କରୁଥିଲେ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ତେଣୁ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ବହିସ୍କାର କରି ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରାନ୍ତୁ ବୋଲି ଦାବି ହୋଇଛି । କାରଣ ଗଞ୍ଜେଇ କାରବାର ଖୋଜିବା ଓ ତଦନ୍ତ କରିବା ପାଇଁ ପୁଲିସ ଓ ଏସଟିଏଫ ଚଢାଉ ବେଳେ ଏହି ରତ୍ନ ପଥର ମିଳିଥଲା । ତେଣୁ ନାନା କଳାଧନ୍ଦା ମିଳିତ ଭାବେ ଶାସକଦଳର ଆଶୀର୍ବାଦରେ ସମ୍ଭବ ନୁହଁ ବୋଲି କୁହାଯାଇଛି କଂଗ୍ରେସ ପକ୍ଷରୁ । ପ୍ରକାଶଥାଉକି ଗତକାଲି ଏସପି ଡଃ ଶର୍ବଣା ବିବେକ. ଏମ ଏହି ଚଢାଉ ସମ୍ପର୍କରେ ସମସ୍ତ ସୂଚନା ଦେଇଥିଲେ ।
ଜିତେନ୍ଦ୍ର ଗଞ୍ଜେଇ କାରବାର ଲିଙ୍କରେ ଜଡିତ ଥିବା ନେଇ କ୍ରାଇମବ୍ରାଂଚକୁ ସୂଚନା ମିଳିଥିଲା । ଉକ୍ତ ସୂଚନା ଆଧାରରେ କ୍ରାଇମବ୍ରାଂଚର ଏସଟିଏଫ ଏବଂ ରାୟଗଡ଼ା ପୁଲିସ ମିଳିତ ଭାବେ ଜିତେନ୍ଦ୍ରଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ତାଙ୍କ ଘରୁ ଗଞ୍ଜେଇ ମିଳିନଥିଲା । ହେଲେ ଘର ଓ ତାଙ୍କ କାରରୁ ବାହାରିଥିଲା ବିପୁଳ ପରିମାଣରେ ରନô ପଥର । ଦୁଇଟି ବସ୍ତାରେ ରହିଥିବା ୧୫୧ କେଜି ରନô ପଥରକୁ କ୍ରାଇମବ୍ରାଞ୍ଚ ଓ ରାୟଗଡ଼ା ପୁଲିସ ମିଳିତ ଭାବେ ଜବତ କରିଥିଲେ । ଏଥିସହ ତାଙ୍କର କାର ନମ୍ବର ଓଡି-୧୮-ଜି-୩୩୫୫ ଜବତ କରାଯାଇଥିଲା । ଏ ନେଇ କ୍ରାଇମବ୍ରାଞ୍ଚ ଏସଟିଏଫର ଏସଆଇ ଜଗନ୍ନାଥ ପ୍ରସାଦ ସାହୁ ରାୟଗଡ଼ା ଥାନାରେ ଏକ ଲିଖିତ ମାମଲା ରୁଜୁ କରିଥିଲେ । ରାୟଗଡ଼ା ଥାନାର କେଶ ନମ୍ବର ୩୯୦ ରେ ମାମଲା ରୁଜୁ କରାଯାଇ ଜିତେନ୍ଦ୍ରଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି ।
ଜବତ ରତ୍ନ ପଥର ଆନୁମାନିକ ମୂଲ୍ୟ ଦେଢ଼କୋଟି ଟଙ୍କା ହେବ । ଜବତ ହୋଇଥିବା ରନô ପଥର ମଧ୍ୟରେ ରୁବି, ପାନା, ଟୋପାଜ, ମୁନଷ୍ଟୋନ, ରେନବୋ, ବ୍ଲାକ ଡାଇମଣ୍ଡ, କ୍ୱାଜ ଇତ୍ୟାଦି ରହିଛି । ମୋଟ ୨୦ ପ୍ରକାର ରନô ପଥର ରହିଥିବା ଏସପି ସୂଚନା ଦେଇଛନ୍ତି । ଆଉ ଏହାକୁ ନେଇ କଂଗ୍ରେସ ମନ୍ତ୍ରୀଙ୍କୁ ବର୍ତ୍ତମାନ ଟାଣିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ ଏବଂ ପିସିସି ସମ୍ପାଦକ ଆପଲାସ୍ୱାମୀ କାଡ୍ରାକା ଉପସ୍ଥିତରହି ବିଜେଡ଼ି ବିରୁଧରେ ବର୍ଷିଥିଲେ । ଏନେଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ପଚାରିବାରୁ ଏହିସବୁ ଅଭିଯୋଗ ଭିତ୍ତିହିନ ଯେହେତୁ ଆମେ କ୍ଷେତ୍ରରେ ରହି କାମ କରୁଛୁ ତେଣୁ ବିଭିନ୍ନ ଲୋକ ଆମ ସହ ସମ୍ପର୍କ ରଖନ୍ତି ଏବଂ ବିଭିନ୍ନ ଫୋଟ ଉଠାନ୍ତି । ସେଥିରେ ଆମସହ କୈଣସି ସମ୍ପର୍କ ନାହିଁ ।