Odisha news

ନର୍ଲା କୃଷକ ସଂଘଠନ ର ଭାରତ ବନ୍ଦ ସଫଳ : କଂଗ୍ରେସ ,ସି.ପି.ଆ ଇ ଏମ ,ଆମ ଆଦ୍ମି ପାର୍ଟିର ସମର୍ଥନ

0

ନର୍ଲା (Deepak Ku Thakur) :  –  କେନ୍ଦ୍ର ସରକାରଙ୍କ  କୃଷି ବିଲ ବିରୋଧରେ  ଡିସେମ୍ବର ୮ ଦେଶ ବ୍ୟାପୀ  ଭାରତ ବନ୍ଧ ଡକରା ଦେଇଛନ୍ତି କୃଷକ ସଂଘଠନ । ଏହାର ପ୍ରଭାବ ରେ ନର୍ଲା ରେ ଦେଖିବାକୁ   ମିଳିଛି । ନର୍ଲା ବ୍ଲକ କୃଷକ ସଂଘଠନ ,ନର୍ଲା କଂଗ୍ରେସ କମିଟି , ଭାରତୀୟ କମୁନିଷ୍ଟ ପାର୍ଟି ,ଆମ ଆଦ୍ମି ପାର୍ଟି  ସମର୍ଥନ ରେ ପ୍ରମୁଖ ଦଳ  ନର୍ଲା କଲେଜ ଛକ ଠାରେ  ରାସ୍ତା ଅବୋରୋଧ କରିଥିଲେ ।

ଏହା ସହ ନର୍ଲା ,ନର୍ଲା ରୋଡ ,ଛତିକୁଡା  ଛକର ସମସ୍ତ ଦୋକାନ ବଜାର ଯାନ ବାହାନ ଯାତାୟତ,  ସରକାରୀ ଓ ବେସରକାରୀ କାର୍ଯ୍ୟଲଯ  ଗୁଡିକ ସମ୍ପୂର୍ଣ ବନ୍ଧ  ରହିଥିଲା  । ଏଥିରେ ନର୍ଲା ବ୍ଲକ  କୃଷକ ସଂଘଠନ ର ସମ୍ପାଦକ କୁମୁଦ ନାଏକ ,ଅନିରୁଦ୍ଧ ବିଶ୍ଵାଳ ,କଂଗ୍ରେସ ବ୍ଲକ ସଭାପତି  ସମୀର ଚାନ୍ଦ , ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ର , ସେବା ଦଳ ର ସଭାପତି  ସୁଦାମ ଚରଣ ପ୍ରଧାନ , ଚାଷୀ ଇଶ୍ଵର ସା , ଆମ ଆଦ୍ମି ପାର୍ଟି ର ବ୍ଲକ ସଂଯୋଜକ ତୀର୍ଥ ବୁଧିଆ ,  ସି ପି ଆଇ ଏମ ର   ଜିଲ୍ଲା କମିଟି ସଭ୍ୟ ନରସିଙ୍ଗ ଥାପା, ବ୍ରାଞ୍ଚ କମିଟି ସଭ୍ୟ ଅଶୋକ ବିଶ୍ଵାଳ ,ଅକ୍ରୁର ପୁଟେଲ ଓ ରିଚେକର  ଦୀପ ପ୍ରମୁଖ ଉପସ୍ଥିତ ଥିଲେ । ବନ୍ଦ  ଯୋଗୁଁ ସାଧାରଣ ଜୀବନ ଯାତ୍ରା  ବାଧା ପ୍ରାପ୍ତ ହୋଇଥିଲା ।

Leave A Reply