Odisha news

ନେପାଳରେ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ : ପୁଣି ହିନ୍ଦୁରାଷ୍ଟ୍ର କରିବା ପାଇଁ ଦାବି

0

ନୂଆଦିଲ୍ଲୀ : ନେପାଳକୁ ଆଉଥରେ ହିନ୍ଦୁରାଷ୍ଟ୍ର କରିବା ପାଇଁ ଦାବି ହେଉଛି l ଗତ ୧୦ ଦିନ ହେଲାଣି ଦେଶ ବ୍ୟାପି ପଦର୍ଶନ କରାଯାଉଛି ଯେ ନେପାଳକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ l ନେପାଳର ସମସ୍ତ ମୁଖ୍ୟ ସହରରେ  ହଜାର ହଜାର ଲୋକ ସଡକକୁ ଓଲ୍ହାଇ ଦେଶକୁ  ହିନ୍ଦୁରାଷ୍ଟ୍ର ଘୋଷଣା କରିବା ପାଇଁ ପଦର୍ଶନ କରୁଛନ୍ତି l ପଦର୍ଶନ କାରି ମାନେ ଦାବି କରିଛନ୍ତି ଯେ ନେପାଳରେ ସଂଘିୟତାକୁ ଖାରଜ କରାଯାଇ ଆଉଥରେ ରାଜତନ୍ତ୍ର ସଂସ୍ଥା କରାଯାଉ l କୌଣସି ରାଜନୈତିକ ଦଳ ବିନା ସମସ୍ତ ସ୍ଥାନରେ ନାଗରିକ ସମାଜ ପ୍ରସ୍ତୁତ କରି ଦେଶକୁ ଧର୍ମ ନିରପେକ୍ଷ ବଦଳରେ ଆଉଥରେ  ହିନ୍ଦୁରାଷ୍ଟ୍ର ଘୋଷଣା କରାଯିବା ପାଇଁ ଦାବି ହେଉଛି l

ନେପାଳରେ ଯେତେବେଳେ ରାଜ ପରିବାର ବିରୁଦ୍ଧରେ ଆନ୍ଦୋଳନ ହେଇଥିଲା ସେତେବେଳେ କମ୍ୟୁନିଷ୍ଟ ପାର୍ଟି ଓ ତତ୍କାଳୀନ ମାଓବାଦୀ ପାର୍ଟି ଦେଶରୁ ରାଜତନ୍ତ୍ର ସହିତ ହିନ୍ଦୁରାଷ୍ଟ୍ର ରୂପରେ ରହିଥିବା ପରିଚୟକୁ ମଧ୍ୟ ସମାପ୍ତ କରି ଦେଇଥିଲେ l ଯେତେବେଳେ ଜନଆନ୍ଦୋଳନ କେବଳ ରାଜବଂଶର ସମାପ୍ତି ପାଇଁ କରାଜିଥିଲା l ୨୦୦୬ ଅପ୍ରେଲ ମାସରେ ରାଜତନ୍ତ୍ରର ସମାପ୍ତି ସହିତ ସମ୍ବିଧାନରେ ନେପାଳକୁ ହିନ୍ଦୁରଷ୍ଟ୍ର ହେବାର ସ୍ଥାନ ମଧ୍ୟ ସମାପ୍ତ କରି ନିଜକୁ ଗୋଟିଏ ଧର୍ମ ନିରପେକ୍ଷ ଦେଶ ଭାବରେ ନେପାଳ ଘୋଷଣା କରିଥିଲା l କିନ୍ତୁ ବର୍ତ୍ତମାନ ନେପାଳ ଜନସାଧାରଣ ଆଉଥରେ ନେପାଳକୁ ହିନ୍ଦୁରାଷ୍ଟ୍ର ଘୋଷଣା କରିବା ପାଇଁ ଦାବି କରୁଛନ୍ତି l

Leave A Reply