ତେଲକୋଇ : ତେଲକୋଇ ମୂଖ୍ୟାଳୟ ରେ ଗତ କାଲି ଶିବନାରାୟଣ ପୁର ଗୋଡା ପଞ୍ଚାୟତ ତମାଙ୍ଗ ଗ୍ରାମରୁ ପ୍ରସୂତି ମହିଳାଙ୍କ ଅଦଭୂତ ଶିଶୁ ଜନ୍ମ ହୋଇଛି । ଶିଶୁ ଜନ୍ମର ୩ ମିନିଟ ମଧ୍ୟରେ ମୃତ୍ଯୁ ହୋଇଛି । ଉକ୍ତ ଶିଶୁ ର ହାତ ନଥିବା ବେଳେ ଗୋଡ ୨ ଟି ମାଛ ର ଭ୍ରମ ସୃଷ୍ଟି କରିଥିଲା । ଉକ୍ତ ପଞ୍ଚାୟତ ର ତମାଙ୍ଗ ଗ୍ରାମକୁ ରାସ୍ତା ନାହିଁ । ଏହି ବସ୍ତି ପାହାଡ ଉପରେ ରହିଛି ।
ଏଠାରେ ପାହାଡି ଭୁୟାଁ ଜନଜାତି ବସବାସ କରନ୍ତି । ଶନିବାର ଜଣେ ପ୍ରସୂତୀ ମହିଳା ସମସ୍ୟା ଯୋଗୁଁ ଆଶାକର୍ମୀ ଖବର ପାଇ ପାହାଡ ଉପର କୁ ଯାଇ ତାଙ୍କୁ ତଳକୁ ଆଣି ତେଲକୋଇ ସ୍ୱାସ୍ଥକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଶିଶୁ ମୃତ୍ଯୁ ପରେ ମା’ର ଚିକିତ୍ସା କରାଯାଉଛି । ଶିଶୁ ର ବାପା ରଂଜନ ପ୍ରଧାନ । ରାସ୍ତା ନଥିବା ଯୋଗୁଁ ଆଶା ଦିଦି ପାହାଡ ଉପରକୁ ଯାଇ ତଳକୁ ଆଣିଥିଲେ । ପ୍ରସୂତୀ ମହିଳାଙ୍କ ଆବଶ୍ୟକ ଔଷଧ ଅପହଞ୍ଚ ହୋଇଥିବା ଯୋଗୁଁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି ।