ଧାମରା : ଧାମରା ଅଂଚଳକୁ ମନ୍ତେଇ ନଦୀ ଘେରି ରହିଛି । ଏହି ନଦୀରେ କୁମ୍ଭୀର ମାନଙ୍କର ଅବାଧ ପ୍ରବେଶ ଯୋଗୁଁ ଉକ୍ତ ଭୟର ବାତାବରଣ ଖେଳି ଯାଇଛି । ଅସମୟରେ କୁମ୍ଭୀର ପାଟିରେ ଚାଲି ଯାଉଛି ମୂଲ୍ୟବାନ ଜୀବନ । ସେମିତି ଏକ ଲୋମ-ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ପଂଚୁଟିକ୍ରି ଘାଟରେ । କୁମ୍ଭୀର ଆକ୍ରମଣରେ ଜଣେ ୬୫ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତଙ୍କ ନାମ ନବଘନ ନାୟକ ଏବଂ ତାଙ୍କ ଘର ବାଂଶଡା ଥାନା ଅନ୍ତର୍ଗତ ପଂଚୁଟିକି୍ର ଗାଁରେ । ପ୍ରାପ୍ତ ସୂଚନା ଅନୁଯାୟୀ ୨ ଦିନ ପୂର୍ବରୁ ନବଘନ ମନ୍ତେଇ ନଦୀକୁ ମାଛ ଧରିବାକୁ ଯାଇଥିଲେ । କିନ୍ତୁ ସେ ଘରକୁ ଫେରିନଥିଲେ । ଅନେକ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା ।
ଏ ସବୁ ସମ୍ପର୍କରେ ନବଘନର ପରିବାର ଲୋକେ ବାଂଶଡା ଥାନା ଏବଂ ଧାମରା ଅଗ୍ନିଶମ ବିଭାଗରେ ଲିଖିତ ଅଭିଯୋଗ କରିଥିଲେ । ପରେ ସୋମବାର ଦିନ ପୂର୍ବାହ୍ନ ୧୧ଟା ସମୟରେ ପଂଚୁଟିକି୍ର ଘାଟରେ ନବଘନଙ୍କ ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ବାଁଶଡା ପୋଲିସ୍କୁ ଖବର ଦିଆଯାଇ ଥିଲା । ପୋଲିସ୍ ଘଟଣା ସ୍ଥଳରେ ପହଚିଂ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଉଦ୍ଧାର ହୋଇଥିବା ଶବ ଦେହର ଅନେକ ସ୍ଥାନରେ ଆମ୍ପୁଡା ଦାଗ ରହିଛି । ଏଣୁ ଏହି ବୃଦ୍ଧଙ୍କୁ କୁମ୍ଭୀର ଆକ୍ରମଣ କରିଥିବା ସନେ୍ଦହ କରାଯାଉଛି । ଏହି ଦୁଃଖଦ ଘଟଣାକୁ ନେଇ ପଚୁଂଟିକ୍ରୀ ଗାଁରେ ଶୋକର ଛାୟା ଖେଳି ଯାଇଛି । ତେବେ ୨ ଦିନ ତଳେ ବୃଦ୍ଧ ନବଘନ ହଜିବା ପର ଠାରୁ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ପରିବାର ଲୋକଙ୍କର ସନେ୍ଦହ କରୁଥିଲେ ।