Odisha news

ଖଜୁରିପଡା ବ୍ଳକର ୫ଟି ଗ୍ରାମର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ବିଡିଓ ଓ ଅଧ୍ୟକ୍ଷ

0

ଫୁଲବାଣୀ(Santosh Mishra)  କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଅପହଂଚ ଅଂଚଳ ବାବରେ ଜିଲ୍ଲାରେ ପରିଚିତ ବିଲାବାଡି ପଂଚାୟତର ୫ଟି ଗ୍ରାମକୁ ଶୁକ୍ରବାର ଦିନ ବିଡିଓ ରବିନ୍ଦ୍ର କହଁର ଓ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ପ୍ରଧାନ ଗସ୍ତ କରି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନୟନ ମୁଳକ କାର୍ଯ୍ୟକୁ ତଦାରଖ କରିବା ସହିତ ମୌଳିକ ସମସ୍ୟା ବାବଦରେ ପଚାରି ବୁଝିଛନ୍ତି ଗ୍ରାମବାସୀଙ୍କୁ । ବିଲାବାଡି ପଂଚାୟତରେ ୩୭ ଟି ଗ୍ରାମ ରହିଛି ସେଥି ମଧ୍ୟରେ ୩୦ ରାଜସ୍ୱ ଗ୍ରାମ ଓ ୭ ହେମଲେଟ ଗ୍ରାମ ରହିଛି । ଏହି ଅଂଚଳ ଗୁଡିକ ବଣପାହାଡ ପରିପୁର୍ଣ୍ଣ ତେଣୁ ବନବି ଭାଗ ଦାଉ ସାଧୁଥିବାରୁ ଆଜି ପର୍ଯ୍ୟନ୍ତ ଗାଁଗୁଡିକୁ ରାସ୍ତା ନିର୍ମାଣରେ ବାଧା ପାପ୍ତ ହୋଇ ଲୋକଙ୍କ ବିକାଶ ଆଗକୁ ବଢ଼ିପାରୁନଥିବା ଯୋଗୁଁ ଏହି ପଂଚାୟତକୁ ତକôାଳୀନ ସାଂସଦ ପ୍ରତୁୃଷା ରାଜେଶ୍ôରୀ ସିଂ ପୋଷ୍ୟ ପଂଚାୟତ ଭାବେ ଗ୍ରହଣ କରିଥିଲେ । ହେଲେ ଏହି ପଂଚାୟତରେ ସେଭଳି କୌଣସି ଆଖି ଦୃଷ୍ଟିଆ ବିକାଶ ହୋଇଥିବା ଜଣାପଡିନାହିଁ ।

ହେଲେ ବର୍ତମାନ ବିଡିଓ ଅଧ୍ୟକ୍ଷ ଏହି ପଂଚାୟତର ବିକାଶ ଉପରେ ଜୋରଜାର ଗୁରୁତ୍ୱ ଦେଉଥିବା ଜଣାପଡିଛି । ଯେଉଁଦିନ ଠାରୁ ବିଡିଓ ଏହି ବ୍ଳକର ଦାୟୀତ୍ୱ ନେଇଛନ୍ତି ସେହି ଦିନଠାରୁ ବିଲାବାଡି ପଂଚାୟତର ପ୍ରତି ଗାଁକୁ ପର୍ଯ୍ୟାୟ କ୍ରମେ ଗସ୍ତ କରିବା ସହିତ ଲୋକଙ୍କ ସମସ୍ୟା ବାବଦରେ ଗୁରୁତ୍ୱ ଦେବା ସହିତ ସରକାରୀ ଉନ୍ନୟନ ମୁଳକ କାର୍ଯ୍ୟକୁ ଆଗକୁ ବଢ଼ିବାରେ ଦିଗରେ କାମ କରୁଥିବା ଜଣାପଡିଛି । ଖଜୁରିପଡା ବିଡିଓ ଓ ଅଧ୍ୟକ୍ଷ ପଂଚାୟତର ଡଙ୍ଗା, ସିକାଡି, ଲୁଦୁଲୁଦି, ଗିନାନିନ୍ଦା, ନିକିନିନ୍ଦା ଭଳି ୫ଟି ଗ୍ରାମରେ ପହଂଚି କାମ ତଦାରଖ କରିଥିଲେ । ଏହାପରେ ନଗଡାଭଳି ଗ୍ରାମ,ସିକାଡି ଗ୍ରାମ ଯାଇ ଦଳସାହି,ତେନ୍ତୁଳି ସାହି ଓ କହଁର ସାହି ବୁଲି ଦେଖିଥିଲେ ଲୋକଙ୍କ ଦାବି ମୁତାବକ ସମସ୍ୟାକୁ ଜିଲ୍ଲାପାଲଙ୍କ ଦୃଷ୍ଟି ଗୋଚରକୁ ଆଣିବାକୁ ପ୍ରତିସୃତି ଦେଇଥିଲେ । ସେହପରି ଅଧ୍ୟକ୍ଷ ମଧ୍ୟ ସେହିଭଳି ସମସ୍ୟାକୁ ସରକାରଙ୍କ ନିକଟରେ କେମିତି ପହଂଚିବ ଗୁରତ୍ୱ ଦେବି ଏବଂସମାଧାନ କରିବି ବୋଲି କହିଥିଲେ । ଏହି ସ୍ରସ୍ଥ କାର୍ଯ୍ୟକ୍ରମରେ ସମାଜସେବୀ ବୈଦନାଥ ବେହେରା,ସରପଂଚ ଅର୍ଣ୍ଣପୁନା ପ୍ରଧାନ,ପଂଚାୟତ ନର୍ବାହୀ ଅଧିକାରୀ ତ୍ରିଲୋଚନ ଖମାରି ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply