ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଳା ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଅନ୍ତରଙ୍ଗ କନ୍ଧମାଳ,ନେହେରୁ ଯୁବ କେନ୍ଦ୍ର,ଫୁଲବାଣୀ ମହିଳା ଯିବିକା ସୁରକ୍ଷ ମଂଚ ପକ୍ଷରୁ ଘୁ.ଉଦୟଗିରି ଠାରେ ସ୍ୱଚ୍ଛତା ଅଭିଯାନ ପକ୍ଷ ପାଳନ କରାଯାଇଛି । ମୁନୁଷ୍ୟ ମାତ୍ରକେ ସ୍ୱଚ୍ଛତାର ଆବଶ୍ୟକତା ରହିଛି । ପରିବେଶ ଯେତିକି ସ୍ୱଛ ରହିବ ସେତିକି ମନୁଷ୍ୟର ମାନଷିକ ଓ ଶାରୀରିକ ସ୍ତରରେ ମଧ୍ୟ ସ୍ୱଚ୍ଛତା ଆସିବ । ସେହିପରି ମନୁଷ୍ୟର ନିଜ ଚତୁଃପାଶ୍ୱର୍ରେ ସବୁବେଳେ ସ୍ୱଚ୍ଛ ପରିବେଶ ରଖିବା ଆବଶ୍ୟକ ରହିଛି ।
ତେଣୁ ଡାକ୍ତରଖାନାରେ ବିଭିନ୍ନ ପ୍ରକାରର ରୋଗୀମାନେ ଆସୁଛନ୍ତି ଯଦି ଏହାର ଚତୁଃପାଶ୍ୱର୍ ସଫାସୁତୁରା ରହିବ ତେବେ ରୋଗୀମାନେ ମଧ୍ୟ ଠିକ୍ ଭାବରେ ମେଡିକାଲରେ ଆରୋଗ୍ୟ ହୋଇପାରିବେ ବୋଲି ଅନୁମାନ କରାଯାଉଛି । ଏହି ଅବସରରେ ସରକାରଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅଦ୍ୟାବଧି ଭାବେ ଜାରି ରହିଛି ।
ଏହାକୁ ଦୃଷ୍ଟିରେ ରଖି ଆମ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱଚ୍ଛ ରହିଲେ ଆମର ସ୍ୱଚ୍ଛ ମନଭାବ ରହିବ ଏବଂ ମନରେ ସ୍ୱଚ୍ଛ ଭାବ ରହିଲେ ନିଶ୍ଛିତ ଆବେ ସୁସ୍ଥ ରହିବା । ଏହି ବାର୍ତା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୁଁ ଚାହେଁ ସ୍ୱଚ୍ଛ ପରିବେଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ଥିବା ଅଳିଆ ଆବର୍ଜନା ଏକାଠି କରି ଚତୁଃପାଶ୍ୱର୍ ସଫେଇ କରିବା ସହିତ ସୁସ୍ଥ ପରିବେଶ ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ ପ୍ରସନ୍ନ କୁମାର ତ୍ରିପାଠୀ,ବିପିଏଚଓ ଡଃ ସତିକାନ୍ତ ମଲ୍ଲିକ,ବିପିଏମ ରାଜ କିଶୋର ସାହୁ ଓ ବିଏଏମ ସନ୍ତୋଷ କୁମାର ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଅନ୍ତରଙ୍ଗ ଯୁବ ମହାସଂଘର ହୃଷିକେଶ ପ୍ରଧାନ,ବିଷ୍ଣୁ ପ୍ରି୍ରୟା ପ୍ରଧାନ,ରାଜବାଳା ସିଂ,ଚନ୍ଦ୍ରକାନ୍ତ ପ୍ରଧାନ,ବିକାଶ ପ୍ରଧାନ,କମଳ କାନ୍ତ ପ୍ରଧାନ,ଜାଜ୍ଞସେନୀ ପ୍ରଧାନ,ସୁଜିତ ନାୟକ,ନକୁଳ ପ୍ରଧାନ,ରଘୁନାଥ ନାୟକ ସମେତ ପନ୍ଦର ଜଣ ସାମିଲ ଥିଲେ ଓ ମହିଳା ଜୀବିକା ସୁରକ୍ଷା ମଂଚର ବ୍ଳକ ସଂଯୋଜିକା ସସ୍ମିତା ମଲ୍ଲିକ ମଧ୍ୟ ସାମିଲ ହୋଇଥିଲେ ।