ନୂଆଦିଲ୍ଲୀ ; ସାଧାରଣତଃ ପରିବାରରେ ଯଦି କୌଣସି ଜିନିଷକୁ ନେଇ ଅଧିକ ଚିନ୍ତା କିମ୍ବା ଝଗଡା ହୋଇଥାଏ ତାହା ହେଉଛି ସମ୍ପତ୍ତି ବିବାଦ l କୌଣସି ବି ବ୍ୟକ୍ତି ଗୋଟିଏ ଇଞ୍ଚ ଜାଗା ଓ ପଇସା ଦେବା ପାଇଁ କାହାରିକୁ ଇଛା କରି ନଥାଏ l କିନ୍ତୁ ଜର୍ମାନୀର ଏପରି ଜଣେ ମହିଳା ଅଛନ୍ତି ଯିଏ ୫୫ କୋଟିର ସମ୍ପତ୍ତି ନିଜ ପଡୋଶୀ ମାନଙ୍କ ନାମରେ କାରି ଦେଇଛନ୍ତି l
ବର୍ତ୍ତମାନ ଯିଏବି ଏହି ଖବରଟିକୁ ଶୁଣିବା ମାନେ ଭାବିବ ହୁଏତ ମୁଁ ସେହି ମହିଳାଙ୍କର ପଡୋଶୀ ହୋଇଥାନ୍ତି l ଘାତଣାଟି ଘଟିଛି ଏହିପରି ଜର୍ମାନୀର ବର୍ଲିନ ସହରରେ ଜଣେ ବୟସ୍କ ମହିଳା ରେନେଟ ମାତ୍ର ଗୋଟିଏ ନିଷ୍ପତିରେ ରାତାରାତି ନିଜର ୫୫.୩୫ କୋଟି ଟଙ୍କାର ସମ୍ପତ୍ତି ପଡୋଶୀଙ୍କ ଦେଇଦେଲା l
ଆଶ୍ଚର୍ଯ୍ୟର କଥା ଏହାଯେ ଏହି ବୟସ୍କ ମହିଳା ଜଣଙ୍କର ତାଙ୍କ ପଡୋଶୀ ମାନଙ୍କ ସହିତ ଭଲ ସମ୍ପର୍କ ଥିଲା ,ଯାହା ଆଜିକାଲି ଦେଖିବାକୁ ମିଳୁନାହିଁ ୧୯୭୫ ପରେ ମହିଳା ଜଣଙ୍କ ନିଜ ସ୍ଵମୀଙ୍କ ସହିତ ମଧ୍ୟ ଜର୍ମାନୀରେ ରହୁଥିଲେ ସେ ଯେଉଁ ଜିଲ୍ଲାରେ ରହୁଥିଲେ ସେହି ଜିଲ୍ଲାଟି ୬ ଟି ଗ୍ରାମ ସମୂହକୁ ନେଇ ଗଠିତ ହୋଇଥିଲା l
ତାଙ୍କ ସ୍ୱାମୀ ସେୟାର ବାଜାରରେ ପଇସା ଲଗାଉଥିଲେ ଓ ସେଥିରୁ ତାଙ୍କର ଅନେକ ଲାଭ ହେଉଥିଲା l ୨୦୧୪ ରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଗଲା l ଏହାପରେ ମହିଳା ଜଣଙ୍କ ୨୦୧୬ ରେ ରୋଗଗ୍ରସ୍ତ ହୋଇ ଗୋଟିଏ ଘରୋଇ ନର୍ସିଂହୋମରେ ଭର୍ତି ହେଲେ l
ଡିସେମ୍ବର ୨୦୧୯ ରେ ଯେତେବେଳେ ମହିଳା ଜଣଙ୍କୁ ୮୧ ବର୍ଷ ହୋଇଥିଲା ତାଙ୍କର ମୃତ୍ୟୁ ହୋଇଗଲା l ସ୍ଥାନୀୟ ଗଣାମଧ୍ୟମ ଅନୁସାରେ ମହିଳାଙ୍କର ଜଣେ ଭଉଣୀ ଥିଲେ ଯାହାଙ୍କର ମୃତ୍ୟୁ ହୋଇ ଯାଇଛି l ଏହି ମାମଲା ସେତେବେଳେ ଆଗକୁ ଆସିଲା ଯେତେବେଳେ ଏପ୍ରିଲ ମାସରେ ଜିଲ୍ଲା ପ୍ରଶାସନ ତାଙ୍କ ସମ୍ପତ୍ତି ବିଷୟରେ ତଥ୍ୟ ସଂଗ୍ରହ କରିଥିଲା ଓ ଜାଣିବକୁ ପାଇଥିଲା ରେନେଟ ବ୍ୟାଙ୍କ ବାଲାନ୍ସ ,ସେୟାର ଓ ଅନେକ ମୂଲ୍ୟବାନ ସମ୍ପତ୍ତି ଛାଡି ଯାଇଛନ୍ତି l ସେ ଗୋଟିଏ ତଥ୍ୟ ଲେଖିଦେଇ ଯାଇଥିଲେ ଯେ ତାଙ୍କର କିଛି ପଡୋଶୀ ମାନଙ୍କ ନାମରେ ବାଣ୍ଟି ଦେଇ ଯାଇଥିଲେ l ଯେବଉଁଥିରେ ଦର୍ଶ ଜିଥିଲା ଯେ ଟଙ୍କା ପଡୋଶୀ ମାନେ ଏହି ସମ୍ପତ୍ତିକୁ ପାଇଲେ ମଧ୍ୟ ନିଜ ଖର୍ଚ କରି ପାରିବେ ନାହିଁ l ଏହି ସମ୍ପତ୍ତି ସେହି ଅଞ୍ଚଳର ବିକାଶ କର୍ଯ୍ୟରେ ଲାଗିବ l