କୋଣାର୍କ : ଶୀତ ଋତୁ ଆରମ୍ଭ ରେଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ ପାଇଁ ସମୁଦ୍ର କୂଳକୁ ଆସୁଥିବା ରୁ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଶନିବାର ଦିନ ଚନ୍ଦ୍ରଭାଗା ବାତ୍ୟା ଆଶ୍ରୟ ସ୍ଥଳ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା କୋଣାର୍କ ବନବିଭାଗ ଦ୍ବାରା ଚେତନତା ଶିବିର।ଏହି ଶିବିର ରେ କୋଣାର୍କ ରେଞ୍ଜର ବେଣୁଧର ବେହେରା,ଅତିରିକ୍ତ ବନ ସଂରକ୍ଷକ ଉତ୍ତମ ଗଡ଼ନାୟକ, ଆକାଶ ରଥ,ପୁରୀ ଫିସରୀ ଅଫିସର ଙ୍କ ସହିତ ସ୍ଥାନୀୟ ତେଲୁଗୁ ବସ୍ତିର ମଚ୍ୟ ଯିବି ମାନେ ଉପସ୍ଥିତ ଥିଲେ।
ଏହି ଶିବିର ରେ ଅଲିଭ ରିଡ଼ଲେ କଇଁଛ ଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ କିପରି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେନେଇ ବାର୍ତା ପ୍ରଦାନ କରାଯାଇଥିଲା।ଏହା ସହ ସମୁଦ୍ର କୂଳ କୁ ସଫା ରଖିବା, ବେଆଇନ ଟ୍ରଲର ଚଳାଚଳ ଉପରେ ପଦକ୍ଷେପ ନେବା , ମାତ୍ରାଧିକ ଲାଇଟ ସମୁଦ୍ର ଆଡ଼କୁ ମୁହଁ କରି ନଲଗାଇବା, ଅଲିଭ ରିଡ଼ଲେ ପ୍ରଜ୍ଵନନ ସମୟ ରେ ସମୁଦ୍ର ଗର୍ଭରେ ମାଛ ନଧରିବା ଏବଂ ସମୁଦ୍ର କୁ ପ୍ଲାଷ୍ଟିକ ମୁକ୍ତ କରିବା ଉପରେ ସଚେତନ କରାଯାଇଥିଲା।ଅଲିଭ ରିଡ଼ଲେ କଇଁଛ ଏକ ବିରଳ ପ୍ରଜାତିର କଇଁଛ ହୋଇଥିବାରୁ ସେମାନଙ୍କ ଭୂମିକା ପରିବେଶ ସୁରକ୍ଷା ଉପରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ସମୁଦ୍ର ଗର୍ଭରେ ଥିବା ଅଦରକାରୀ ତଥା ଜେଲିଫିସ କୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ଯାହା ସମୁଦ୍ର ମଧ୍ୟରେ ଥିବା ମାଛ ଙ୍କୁ ଵଂଶ ବିସ୍ତାର କରିବାରେ ସହାୟକ ହୁଏ।ତେଣୁ କିପରି ଏହି ବିରଳ ପ୍ରଜାତିର କଇଁଛ ଙ୍କୁ ସୁରକ୍ଷା ଦିଆଯାଇ ପାରିବ ସେନେଇ ଏହି ଶିବିରର ମୁଖ୍ୟ ଉଦ୍ୟଶ ବୋଲି କୋଣାର୍କ ବନାଧିକାରୀ ବେଣୁଧର ବେହେରା ସୁଚନା ଦେଇଥିଲେ ।