ବାଲିଗୁଡ଼ା :କନ୍ଧମାଳ ଜିଲ୍ଲା ବାଲିଗୁଡା କାଳୀ ମନ୍ଦୀର ଛକ ନିକଟରେ ଥିବା ରଶ୍ମି ପାଥୋଲ୍ୟାବର ମାଲିକଙ୍କ ବିରୋଧରେ ଜଣେ ମହିଳାଙ୍କୁ ଅସଦାଚରଣ କରୁଥିବା ନେଇ ଥାନାରେ ମାମଲା I ସୂଚନାରୁ ପ୍ରକାଶ ଯେ, ଶନିବାର ଜଣେ ମହିଳା ତାଙ୍କର ସ୍ୱାସ୍ଥ୍ୟ ଖରାପ ନେଇ ରଶ୍ମି ପାଥୋଲ୍ୟାବକୁ ଆସିଥିଲେ ଚିକିତ୍ସା ନିମନ୍ତେ I ପାଥୋଲ୍ୟାବର ମାଲିକ ରଶ୍ମିକାନ୍ତ ମିଶ୍ରଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଜନିତ ଅବସ୍ଥା କହିବାପରେ ରଶ୍ମିକାନ୍ତ ତାଙ୍କୁ ଚିକିତ୍ସା ଆଳରେ ତାଙ୍କ ପାଥୋଲ୍ୟାବ ଭିତରେ ଥିବା ଚିକିତ୍ସା ରୁମକୁ ଡାକିଥିଲେ I
ଚିକିତ୍ସା ଆଳରେ ସଂମ୍ପୃକ୍ତ ମହିଳାଙ୍କୁ ଅସଦା ଆଚରଣ କରିଥିଲେ I ଏହାପରେ ମହିଳା ଜଣଙ୍କ ତାଙ୍କୁ ଭିତରେ ବିରୋଧ କରିବା ସହ ବାହାରକୁ ଆସି ତାଙ୍କ ପରିବାରଲୋକଙ୍କୁ ସବୁକଥା କହିଥିଲେ I ପରିବାର ଲୋକ ପହଞ୍ଚି ପାଥୋଲ୍ୟାବ ମାଲିକ ସହ ବଚସା ହେବାସହ ବାଲିଗୁଡା ଥାନାକୁ ଯାଇ ପାଥୋଲ୍ୟାବ ମାଲିକ ରଶ୍ମିକାନ୍ତ ମିଶ୍ରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ I ସେହି ଲିଖିତ ଅଭିଯୋଗକୁ ଭିତ୍ତି କରି ବାଲିଗୁଡା ପୋଲିସ, ବାଲିଗୁଡା ଥାନା କେସ୍ ନଂ. 231/2020 ରେ ମାମଲା ରୁଜୁକରି ପୁଙ୍ଖାନୁପୁଙ୍ଖଭାବେ ତଦନ୍ତ କରୁଥିବା ବାଲିଗୁଡା ଥାନା ଏସ୍.ଆଇ. ରଚିତା ମାଡକାମୀ ସୂଚନା ଦେଇଛନ୍ତି I