Odisha news

କଣ୍ଟି ପଂଚାୟତ ପ୍ରିମିୟର ଲିଗ୍ ଉଦଘାଟିତ

0

ପିପିଲି-ପିପିଲି ବ୍ଲକ ଅଧିନସ୍ଥ କଣ୍ଟି ଗ୍ରାମପଂଚାୟତ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୋଭିଡ୍ ନିୟମନୁଯାଇ ଅନୁଷ୍ଠିତ ହୋଇଯାଇଛି ।ସିଦେ୍ଧଶ୍ୱର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁଣ୍ଣାମେଣ୍ଟରେ କଣ୍ଟି ସରପଂଚ ପ୍ରକାଶ ଧଳ ଓ ପଂଚାୟତ ବିଜେଡି ସଭାପତି ଦୁର୍ଯେ୍ୟାଧନ ପରିଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ମ୍ୟାଚ ଉଦଘାଟନ କରିଥିଲୋ । ପ୍ରଥମ ମ୍ୟାଚଟି ରୟାଲ ଟାଇଗର ସହିତ କରୋନା ଭାଇରସ ଭିତରେ ଅନୁଷ୍ଠିତ ହୋଇଥିଲା । ରୟାଲ ଟାଇଗର ଦଳ ଟସ୍ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତି ନେଥିଲେ ।

୧୨ଓଭରରେ ୭ ଉଇକେଟ ହରାଇ ୧୨୨ ରନ ସଂଗ୍ରହ କରିଥିବା ବେଳେ ତାର ଜବାବରେ କରୋନା ଭାଇରସ ଦଳ ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୯୨ ରନ ସଂଗ୍ରହ କରିଥିଲା । ଉଦଘାଟନୀ ମ୍ୟାଚଟି ରୟାଲ ଟାଇଗର ୨୫ ରନରେ ବିଜୟୀ ହୋଇଛନ୍ତି । ମ୍ୟାନ ଅଫ ଦି ମ୍ୟାଚ ଭାବେ ରୟାଲ ଟାଇଗର ଟିମ୍ ର ବିନାୟକ ରାଉତଙ୍କ ନାମ ବିବେଚିତ କରାଯାଇଛି ।ଅମ୍ପାୟର ଭାବେ ଦେବାଶିଷ ରାଉତରାୟ ଓ ସିଲୁ ପରିଡା ଦାୟିତ୍ୱ ତୁଲାଇଥିବା ବେଳେ ସିଦେ୍ଧଶ୍ୱର କ୍ରିକେଟ କ୍ଲବ ମ୍ୟାଚ ପରିଚାଳନା କରିଥିଲେ ।

Leave A Reply