Odisha news

ନିଷିଧା ଅଂଚଳରେ ମାଛ ମାରୁଥିବା ଟ୍ରଲର ଜବତ

0

ଅସ୍ତରଙ୍ଗ :ଅସ୍ତରଙ୍ଗ ଉପକୂଳ ବଙ୍ଗୋପସାଗର ତଥା ଦେବୀ ମୁହାଣର ଅନତି ଦୂରରେ, ମାଛ ମାରୁଥିବା ଏକ ଟ୍ରଲରକୁ ଅସ୍ତରଙ୍ଗ ବନ ବିଭାଗର ସମୁଦ୍ରରେ ପେଟ୍ରୋଲିଂଗ ସମୟରେ ଧରାପଡି ଅସ୍ତରଙ୍ଗ ସ୍ଥିତ ନୂଆଗଡ ମାଛଧରା ବନ୍ଦରକୁ ଆଣିଥିବା ଜଣାପଡିଅଛି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ବର୍ତ୍ତମାନ ଅଲିଭରିଡଲ କଇଁଛଙ୍କ ସଂଗମ ଓ ଅଣ୍ଡାଦାନ ସମୟ ଆରମ୍ଭ ହୋଇଥିବାରୁ , ସମୁଦ୍ର କୂଳଠାରୁ ୫ କିମି ପରିଷର ମଧ୍ୟରେ କୈାଣସି ଯନ୍ତ୍ର ଚାଳିତ ଡଙ୍ଗା ତଥା ଟ୍ରଲର ଦ୍ୱାରା ମାଛ ଧରା ଉପରେ ବନ ବିଭାଗ ଓ ମସô୍ୟ ବିଭାଗ ଅଙ୍କୁଶ ଲଗାଇଛି । ହେଲେ, ପାରଦ୍ୱୀପର “ନମଃ ମା ଅମ୍ବିକା” ନାମକ ଏକ ଟ୍ରଲର ଦେବୀ ମାଉଥର ଅନତି ଦୂରରେ ମାଛ ମାରୁôଥିବା ସମୟରେ , ଜଙ୍ଗଲ ବିଭାଗ ପେଟ୍ରୋଲିଂଗ ସ୍କାର୍ଡ ଦ୍ୱାରା ଧରାପଡିଥିଲା । ଉକ୍ତ ଟ୍ରଲରରେ ଡ୍ରାଇଭରକୁ ସହ ୭ ଜଣ ରହିଥିବା ବେଳେ ଟ୍ରଲରରେ କିଛି ପରିମାଣର ମାଛ ସହ ବରଫ ଓ ଟ୍ରଲରର ଦୁଇ ପାଶ୍ୱର ଛାତ ଉପରେ ବହୁ ଶୁଖୁଆ ଶୁଖାଯାଇଥିବା ଦେଖିବାକୁ ମିଳିଅଛି ।

ପ୍ରେଟୋଲିଂଗ ଦାୟିତ୍ୱରେ ଥିବା ଫରେଷ୍ଟର ବବୁଲ ମିଲ୍ଲିକ, ଅସ୍ତରଙ୍ଗ ରେଞ୍ଜର ହିମାନ ନାୟକ ଓ ମହାଣମୁହଁ ଫରେଷ୍ଟର ସବିର ସାହୁଙ୍କୁ ଜଣାଇବା ପରେ ରେଞ୍ଜର ମହାଶୟ ଉକ୍ତ ବର୍ତ୍ତା ସାମୁଦ୍ରୀକ ମସô୍ୟ ଅଧିକାରୀ ପୁରୀଙ୍କୁ ଜଣାଇଥିଲେ । ପୁରୀ ମସô୍ୟ ବିଭାଗର ଏଡିଏସ ଡି ନିଗମ କୁମାର ଓ ଅସ୍ତରଙ୍ଗ ବ୍ଲକର ସାମୁଦ୍ରୀକ ମସô୍ୟ ଅଧିକାରୀ ସୁଧାଶୁଂ ମଲ୍ଲିକଙ୍କ ନେତୃତରେ ନୁଆଗଡ ଅସ୍ତରଙ୍ଗ ସ୍ଥିତ ମାଛଧରା ବନ୍ଦର ଠାରେ ପହଁଚି ଫରେଷ୍ଟ ଓ ପୋଲିସ ଉପସ୍ଥିତିରେ ଟ୍ରଲରକୁ ଜବତ କରିବା ସହ ୭ ଜଣ ମସô୍ୟଜୀବିଙ୍କୁ ଅଟକ ରଖି ପଚରା ଉଚରା କରୁଛନ୍ତି ।

Leave A Reply