Odisha news

ଲକ୍ଷାଧିକ ଟଙ୍କାର ଶାଳ ପଟା ଜବତ , ୮କାଠ ମାଫିଆ ଗିରଫ

0

ତେଲକୋଇ : ତେଲକୋଇ ବନାଚଳ ଅଧିନ କାଳିଆହତା ରେକୁଟି ଫରେଷ୍ଟ ବିଟ କଳାପାଟ ସଂରକ୍ଷିତ ଜଙ୍ଗଲରେ ଲକ୍ଷାଧିକ ଟଙ୍କାର ବ୍ୟାପକ ଶାଳ ପଟା ସହ ୮ଜଣ କାଠ ମାଫିଆ ଙ୍କୁ ଗିରଫ କରାଯାଇଛି।ସୂଚନାନୁଯାୟୀ ଉକ୍ତ ସଂରକ୍ଷିତ ଜଙ୍ଗଲରେ ବାହାର ରାଜ୍ୟରୁ ଆସି କରତ କଳ ମାଧ୍ୟମରେ ବ୍ୟାପକ ଶାଳ ଗଛ କୁ ବେଧଡକ ଭାବେ କରତାଇ ବିଭିନ୍ନ ଜିଲ୍ଲା କୁ ପଟା ଚୋରା ଚାଲାଣ କରାଯାଉଥିଲା।ଖବର ପାଇ ତେଲକୋଇ ବନ ବିଭାଗର ଅଧିକାରୀ ପ୍ରମୋଦ କୁମାର ସେଠୀ, ଫରେଷ୍ଟର ଯଦୁମଣି ରଣା, ଯୋତ୍ରିମୟୀ ପଟ୍ଟନାୟକ, ଫରେଷ୍ଟ ଗାର୍ଡ ସରୋଜ ପାତ୍ର ପ୍ରଣୟ ଅମାନ୍ତ ପ୍ରମୁଖ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ।ଅଭିଯୁକ୍ତ ମାନେ ହେଲେ ଲଗନ ହାସଦା(୪୮),ପରମେଶ୍ୱର ସୁରେନ(୫୦),ଵାଲାସ୍ବେଲି ହେମ୍ବ୍ରମ(୩୫),ସନାଲାଲ ମୂର୍ମୁ(୩୦),ବାବୁଲାଲ ମୁର୍ମୁ(୩୦),ମହିଲାଲ ହେମ୍ବ୍ରମ(୩୪),ଶିବଶଙ୍କର ମୁର୍ମୁ(୫୫) ଓ ମିଥୁନ ହେମ୍ବ୍ରମ(୨୯) ଏମାନେ ସମସ୍ତେ ଝାଡ଼ଖଣ୍ଡ ରାଜ୍ୟର ବୋଲି ଜଣା ପଡ଼ିଛି।ତେବେ ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକର ସାନ୍ତ୍ରରାପୁର ର କାଠ ମାଫିଆ ର ଠିକାଦାର ହାକିମ ଉକ୍ତ କାର୍ଯ୍ୟକୁ କରୁଥିବା ଅଭିଯୁକ୍ତ ମାନେ ପ୍ରକାଶ କରିଥିଲେ।କଳାପାଟ ସଂରକ୍ଷିତ ଜଙ୍ଗଲ ଉପରେ ବାହାର ରାଜ୍ୟର କାଠ ମାଫିଆଙ୍କ ନଜର ଯୋଗୁଁ ଜଙ୍ଗଲ ନଷ୍ଟ ହେବା ର ପରିଲିଖିତ ହେଉଛି।

Leave A Reply