Odisha news

ମହିଳା ସଂଘର ମଦ ବିରୋଧି ନିୟମକୁ ମାନିଲେନାହିଁ ମାଫିଆ : ତାତିଲେ ମହିଳା ସଂଘ ଭାଙ୍ଗିଲେ ମଦ ତିଆରି ହାଣ୍ଡିକୁଣ୍ଡି ଫିଙ୍ଗିଲେ ପୋଚ

0

ଫୁଲବାଣୀ (Santosh Mishra) :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଦିନକୁଦିନ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବଢିବାରେ ଲାଗିଛି । ସେଥିପାଇଁ ଅଂଚଳରେ ବିଭିନ୍ନ ପ୍ରକାର ଅପି୍ରତିକର ପରିସ୍ଥିତି ସାଙ୍ଗକୁ ଘରେଘରେ ପାରିବାରିକ ଅଶାନ୍ତି ମଧ୍ୟ ସୃଷ୍ଟି ହେଉଛି । ସହରଠାରୁ ଗ୍ରାମାଂଚଳ ସବୁଠି ମଦ୍ୟପ ମାନଙ୍କ ପ୍ରାଦୁର୍ଭାବ ମଧ୍ୟ ବଢି ଚାଲିବା ସହ ସଡକ ଦୁର୍ଘଟଣା , ଚୋରି ରାହାଜାନି , ହତ୍ୟା , ମହିଳା ମାନଙ୍କୁ ଅସଦାଚରଣ ଭଳି ଘଟଣା ସାମ୍ନାକୁ ଆସୁଛି ।

ଅଂଚଳରେ ଚୋରା ମଦ କାରବାରକୁ ଦମନ କରିବା ପାଇଁ ବର୍ତମାନ ଫିରିଙ୍ଗିଆ ବ୍ଲକର ନୁଅାଁପଦର ଏବଂ ଡିମିରିଗୁଡା ପନଚାୟତ ରେ ଗଠନ କରାଯାଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆଗକୁ ଆସିଛନ୍ତି । ମଦ କାରବାର କୁ ଦମନ କରିବା ପାଇଁ ମହିଳା ମହାଶକ୍ତି ନାମାରେ ଏକ ସଂଙ୍ଗଠନ ମଧ୍ୟ ଗଠନ କରାଯାଇ ଥିବା ବେଳେ ଏହି ମହିଳା ମାହାଶକ୍ତି ସଂଙ୍ଗଠନକୁ ଏଥିରେ ସହାୟତାର ହାତ ବଢେଇଛନ୍ତି ଡିମିରିଗୁଡାର ସଂଗ୍ରାମ ଯୁବକ ସଂଙ୍ଘର କର୍ମକର୍ତା ମାନେ ।

ଚୋରା ମଦ କାରବାରକୁ ଦମନ କରିବା ପାଇଁ ଗତ ୧୨ ତାରିକ ଦିନ ଡିମିରିଗୁଡା ମା ପିତାବାଳୀ ମନ୍ଦୀର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲାା ଉଭୟ ପଂଚାୟତର ସରପଂଚ ଓ ଯୁବକ ସଂଙ୍ଘର କର୍ମକର୍ତା ମାନଙ୍କ ଉପସ୍ଥିତିରେ ଅଂଚଳରେ ମଦ ପିଉଥିବା ଲୋକଙ୍କୁ ୫ ହଜାର ଓ ମଦ ବିକ୍ରି କରୁଥିବା ଲୋକ ଙ୍କୁ ୧୦ ହଜାର ଟଙ୍କା ଜରିମାନା ସହ ପଂଚାୟତ ସ୍ତରରେ ମିଳୁଥିବା ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବାଦ୍ ଦିଆଯିବା ନେଇ ସ୍ଥିର କାରାଯାଇଥିଲା ଏହି ଅଭିଯାନରେ ।

ତେବେ ମହିଳା ସଂଙ୍ଘର ଏହି ନିଷ୍ପତି କୁ ଅବମାନନା କରି ଡିମିରିଗୁଡା ଓ ନୁଅାଁପଦର ଗାଁର କିଛି ଲୋକ ଖୋଲାଖୋଲି ଭାବରେ ମଦ ପ୍ରସ୍ତୁତ କରିବା ସହ ବିକ୍ରି ମଧ୍ୟ କରୁଥିଲେ । ଏହି ଖବର ପାଇ ଯୁବକ ସଂଗ୍ରାମ ଯୁବକ ସଂଙ୍ଘର ସଭାପତି ରଘୁପତି କହଁର ଓ ବରିଷ୍ଠ ସଦସ୍ୟ ଶିବ ଭୁକ୍ତାଙ୍କ ନେତୃତ୍ୱରେ ସଙ୍ଗଠନର ଶତାଧିକ ମହିଳା ରାଜ ରାସ୍ତାକୁ ଓହ୍ଲାଇ ଆସି ଆନେ୍ଦାଳନ କରିବାସହ ଅଂଚଳରେ ଚୋରା ମଦ ବିକି୍ର କରୁଥିବା ଲୋକଙ୍କ ଘରେ ଓ ସେମାନେ ରାନ୍ଧିଥିବା ଯାଗା ଜଙ୍ଗଲରେ ଚଢଉ କରି ପ୍ରାୟ ୪୦ ଲିଟର ଦେଶୀ ମଦ ଜବତ କରିବା ସହ ମଦ ତିଆରି ସାମଗ୍ରି ହାଣ୍ଡି ମାଠିଆ ପୋଚ ସବୁ କୁ ନଷ୍ଟ କରିଦେଇଥିଲେ । ଏହାପରେ ଜବତ ହୋଇ ଥିବା ମଦ ଓ ମଦତିଆରି ସମଗ୍ରି ସବୁ ସ୍ଥାନୀୟ ଡିମିରିଗୁଡା ପଂଚାୟତ ପ୍ରତିନିଧି ପ୍ରଦିପ କୁମାର କହଁରଙ୍କ ପାଖରେ ଜମା ଦେଇଥିଲେ । ଅନ୍ୟପଟେ ମହିଳା ମାନଙ୍କ ଏଭଳି ମଦବିରୋଧି ଆନେ୍ଦାଳନକୁ ଅଂଚଳର ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଥିବା ବେଳେ ଚୋରା ମଦ କାରବାର କରିଚାଲିଥିବା ମଦ ମାଫିଆ ମାନେ ଅଡୁଆରେ ପଡିଥିବା ଦେଖିବାଲୁ ମିଳିଛି ।

Leave A Reply