ଫୁଲବାଣୀ (Santosh Mishra) : ଆଜି କନ୍ଧମାଳ ଦୁଇ ଜଣ କରୋନା ଯୋଦ୍ଧାଙ୍କ ସମେତ ଆଉ ୩୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୩୫୪ ରେ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୪,୦୨୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କ.ନୁଆଗାଁ ଅଂଚଳର ଜଣେ ୫୫ ବର୍ଷିୟ ବୟସ୍କ ପୁରୁଷଙ୍କର ମୃତୁ୍ୟ ହୋଇଛ, ଏହାକୁ ମିଶାଇ ଜିଲ୍ଲରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୮ ରେ ପହଂଚିଛି । ଆଉ ୩୦୩ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୪ ଜଣ ଚିହ୍ନଟ ହୋଇ ଥିବାବେଳେ ।
ସେହିପରି ଚକାପାଦର ୪ ଜଣ,ଘୁ.ଉଦୟଗିରି ଅଂଚଳରେ ୬ ଜଣ ,କ.ନୁଆଗାଁର ଜଣେ,ଖଜୁରିପଡାର ୩ ଜଣ,ଫିରିଙ୍ଗିଆର ୩, ଦାରିଙ୍ଗବାଡିରେ ୨ ଜଣ,ଟିକାବାଲିର ୨ ଜଣ,ରାଇକିଆର ୩ଜଣ ଏବଂ ତୁମୁଡିବନ୍ଧର ୩ ଜଣ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ମିଳିଛି । ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।