ରାୟଗଡା,୧୮ ।୧୦(Rabindra Patkhandal)- ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଓକିଲଗୁଡ଼ା ଗ୍ରାମର ପଥର କ୍ୱାରି ବିସ୍ପୋରଣରେ ୩ ଜଣ ମୃତୁ୍ୟ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ସାଇଣ୍ଟିଫିକ୍ ଟିମ ସହ ଏସଡ଼ିପିଓ ବିଭିନ୍ନ ଦିଗରୁ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି । ବାରୁଦରୁ ବିସ୍ଫୋରଣ ହୋଇଥିବା ନେଇ ସ୍ୱଷ୍ଟ ହୋଇଥିଲେ ମଧ୍ୟ ବିସ୍ପୋରକ କେଉଁ ଗଳାବାଟ ଦେଇ ପହଞ୍ଚିଛି ଏଠାରେ କେଉଁ କାରଣରୁ ଏମିତି ଘଟଣା ହେଲା ତାହା ଜଣାପଡିନାହିଁ ।
ଘଟଣାର ପ୍ରାଥମିକ ତଦନ୍ତ ପରେ ପୁଲିସ ନିଜ ପଟୁ କ୍ୱାରିର ମାଲିକ ସମେତ ତିନି ଜଣ କର୍ମଚାରୀଙ୍କ ନାମରେ ମରମଲା ରୁଜ୍ଜୁ କରିଛି ।
ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରୁ ବିଭିନ୍ନ ସାମଗ୍ରୀର ନମୁନା ସଂଗ୍ରହ କରିଥିବା ବେଳେ ବିସ୍ଫୋରଣରେ ବ୍ୟବହାର ସାମଗ୍ରୀ ମଧ୍ୟ ଜବତ କରିଥିବା ସୂଚନା ରହିଛି । କ୍ୱାରି ମାଲିକ ପ୍ରଦୀପ କୁମାର ଯୋଗୀ ଓ କର୍ମଚରୀ ଫେରାର ହୋଇଯାଇଥିବା ବେଳେ ଏସପି ଡ଼ଃ ଶର୍ବଣା ବିବେକ ଏମ ସ୍ୱତନ୍ତ୍ର ଟିମ ଗଠନକରି ତନାଘନା କରୁଛି । ଏନେଇ ଏସପି କହିଛନ୍ତି ଏହିଭଳି ଅତି ସମ୍ଭେଦନଶୀଳ ଘଟଣା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଫେରାର ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରି ସମସ୍ତ ତଥ୍ୟ ଲୋକଳଚନକୁ ଅଣାଯିବ ବୋଲି କହିଛନ୍ତି ।
ମୃତୁ୍ୟ ବ୍ୟକ୍ତିଙ୍କ ଶବ ବ୍ୟବଛେଦ ସମୟରେ ଚାପା ଛତ୍ତେଜନା ହୋଇଥିବା ବେଳେ ସରକାରୀ ସହାୟତା ୨୦ ହଜାର ଟଙ୍କା ସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆହାତ ବ୍ୟକ୍ତିଙ୍କୁ ସମସ୍ତ ଚିକିତ୍ସା ସହିତ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବିଡ଼ିଓ ଶାନ୍ତିପ୍ରଭା ପ୍ରଦାନ କହିଛନ୍ତି । ରାଜସ୍ୱ ବିଭାଗ ତରଫରୁ ମିଳିଥିବା ସୂଚନା ପ୍ରକାରେ ଓକିଲଗୁଡ଼ା ପଥର କ୍ୱାରିର ପରିବେଶ ମଞ୍ଜୁରୀ ନାହିଁ କି ବ୍ଲାଷ୍ଟିଙ୍ଗ ଅନୁମତି ମଧ୍ୟ ନଥାଇ ଚାଲିଥିଲା ପଥର କ୍ୱାରି । ଏହି ଜିଲ୍ଲା ମାଓପ୍ରବଣ ହୋଇଥିବା ବେଳେ ବିସ୍ପୋରକ କେଉଁଠୁ ଆସିଲା । କେଉଁ ରାସ୍ତା ଦେଇ ଆସିଲା ଏହାକୁ ନେଇ ତନାଘନା ଚାଲିଛି । ସରକାରଙ୍କ ନିୟମ ପ୍ରକାରେ ବିସ୍ପୋରକ ଅନୁମୋତି ପ୍ରାପ୍ତ ଦୋକାନୀ ଠାରୁ ଆଣିବେ ସେଠାରେ ତାଲିମ ପ୍ରାପ୍ତ ପରିଚାଳକ ବିସ୍ପୋରକକୁ ଯାଞ୍ଚ କରିବ । ଯେଉଁ ସ୍ଥାନକୁ ଯିବ ସେ ରାସ୍ତା ଦେଇ ଆସୁଥିବା ପୋଲିସ ଥାନାକୁ ଅବଗତ କରାଯିବ କାରଣ ବିସ୍ପୋରକ ବଝେଇ ଯାନ ଦୁର୍ଘଟଣା ନହେବା ପାଇଁ ପୁଲିସ ସୁରକ୍ଷା ଦେବ ।
ଗନ୍ତବ୍ୟ ସ୍ଥଳରେ ବିସ୍ପୋରକ ପହଞ୍ଚିଲା ପରେ ବିସ୍ପୋରକ ପରିଚାଳକ ବିସ୍ପୋରଣ ପାଇଁ ସଂଯୋଗ କରିବେ ଏହାର ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗ ଦ୍ୱାରା ଯାଞ୍ଚ କରାଇ ସେଠାକାର ପୋଲିସ ଥାନାର ସୁରକ୍ଷା ନେଇ ବିସ୍ପୋରଣ କରାଯିବ । ବଳକା ବିସ୍ପୋରକ ଗୁଡ଼ିକ ପରିଚାଳକଙ୍କ ମାଧ୍ୟମରେ ପୁଣି ସେହି ସୁରକ୍ଷାରେ ବିସ୍ପୋରକ ସୁରକ୍ଷା କଠୋରୀକୁ ଫେରିଆସିବ । ଏହି ବିସ୍ପୋରକ ସୁରକ୍ଷା କଠୋରୀ ଜିଲ୍ଲାରେ କେବଳ ରାୟଗଡ଼ା ଉପଖଣ୍ଡ କତାପେଟା ନିକଟରେ ରହିଛି । କିନ୍ତୁ ଏହିସବୁ ନିୟମ ପାଳନ କରାଯାଉନାହିଁ ଏବଂ ଗଳାବାଟ ଦେଇ ବିସ୍ପୋରକ ଜିଲ୍ଲାରେ ପହଞ୍ଚୁଛି । ତେଣୁ ମାଓବାଦୀ ମାନେ ଅତି ସହଜରେ ବିସ୍ପୋରକ ପାଇ ପାରୁଛନ୍ତି ।
ଯଦ୍ୱାରା ମାଓ ସଙ୍ଗଠନ ବିଭିନ୍ନ ସ୍ଥାନରେ ବିସ୍ପୋରଣ କରିବାରେ ସକ୍ଷମ ହେଇଛନ୍ତ । ଏହି ଜିଲ୍ଲାରେ ତ ବିସ୍ଫୋରଣ କରିବା ଅନୁମତି ନାହିଁ । ରାଜସ୍ୱ ବିଭାଗ କେଉଁ ଆଧାରରେ ପଥର କ୍ୱାରି ଲିଜ ପ୍ରଦାନ କରୁଛନ୍ତି । ଏହା ଏକ ହାସ୍ୟାସ୍ପଦ ବୋଲି ସ୍ୱେଚ୍ଚାସେବୀ ଆଶୁତୋଷ ବରାଲ କହିଛନ୍ତି ।