କଟକ : କ୍ରୀଡା ଭାରତୀ ଉତ୍କଳ ତରଫରୁ ଗତ ସେପ୍ଟେମ୍ବର ୨୭ ଓ ୨୮ ପୁନର୍ବାର ଅକ୍ଟୋବର ୧୩ ରୁ ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଖେଳ ଯଥା ବାସ୍କେଟବଲ,ସଫ୍ଟବଲ ,ବଲ ବ୍ୟାଡମିଟନ, ଏବଂ ଆଥଲେଟିକ୍ସ୍ ଉପରେ ଏକ ଭର୍ଚୁଆଲ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଶାରୀରିକ ଶିକ୍ଷାବିତ ଓ କ୍ରୀଡ଼ାବିତ ଭାଗ ନେଇଥିଲେ। ଏହି କର୍ମଶାଳାରେ ଡ଼ଃ ରଞ୍ଜନ ପ୍ରଧାନ, ସୁନିତା ବର୍ମା, ଅଜୟ କୁମାର ସାହୁ, ପ୍ରବୋଧ କୁମାର ମହାନ୍ତି, ଆଶିଷ କୁମାର ପ୍ରଧାନ, ଡ଼ଃ ରମେଶ ଚନ୍ଦ୍ର ସ୍ବାଇଁ, ,ସୁବାସୀଷ ନାୟକ ଏବଂ ସହିଦ ରିଜ଼ଭି ପ୍ରମ୍ମୁଖ ଖେଳ ଗୁଡିକର ନୂତନ ନିୟମ କାନୁନ ଉପରେ ବିଷାଦ ଭାବରେ ଆଲୋଚନା କରିଥିଲେ।ଏହି କର୍ମଶାଳାକୁ କ୍ରୀଡା ଭାରତୀ ଉପାଧ୍ୟକ୍ଷ ଡ଼ଃ ଅଶୋକ କୁମାର ନାୟକ ଉଦ୍ଘାଟନ କରିଥିଲେ ଓ ରଞ୍ଜନ ସୁତାର ସଞ୍ଚାଳନ ଓ ପରିଚାଳନା କରିଥିଲେ।