Odisha news

ଟିକେଟ୍‌ ନ ମିଳିବାରୁ ବିଧାୟକଙ୍କ ଅନ୍ନତ୍ୟାଗ

0

ବିହାର ବିଧାନସଭା ନିର୍ବାଚନରେ କୌଣସି ବିଧାୟକଙ୍କ ଟିକେଟ କଟିବା ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳୁଛି । ସାରଣ ଜିଲ୍ଲା ଅମନୌରର ବିଧାୟକ ଶତ୍ରୁଘ୍ନ ତିୱାରି ଓରଫ୍‌ ଚୋକର୍‌ ବାବାଙ୍କୁ ଟିକେଟ ନ ମିଳିବାରୁ ସେ ସାରାଜୀବନ ଅନ୍ନତ୍ୟାଗ କରିବା ନିଷ୍ପତ୍ତି ନେଇଛନ୍ତି । ଜୀବନତମାନ କେବଳ ଫଳାହାରରେ ରହିବେ । ଚୋକର ବାବା କହିଛନ୍ତି ସେ ନିର୍ବାଚନ ପ୍ରସ୍ତୁତିରେ ଲାଗିଥିଲେ । ହେଲେ ତାଙ୍କର ଲୋକପ୍ରିୟତା ବଢ଼ିବା ଦେଖି ସାଂସଦ ତାଙ୍କ ଟିକେଟ୍‌ କାଟିଦେଲେ । ବିଜେପି ବିକ୍ରି ହୋଇଥିବା ପାର୍ଟି ବୋଲି କହି ସନ୍ନ୍ୟାସୀ ହୋଇଥିବାରୁ ସନ୍ନ୍ୟାସୀଙ୍କ ଭଳି ବିରୋଧ କରୁଛି । ସେହିପରି ଟିକେଟ ନ ମିଳିବାରୁ ଆରାରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ବିଧାୟକ ଅନୱର ଆଲମ୍‌ଙ୍କୁ ହୃଦ୍‌ଘାତ ହେଲା ।

 

 

Leave A Reply