ଧର୍ମଶାଳା,୧୦ । ୧୦ : ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଏ. ଚେଲା କୁମାର ଆଜି ବାଲେଶ୍ୱର ଗସ୍ତରେ ଯାଉଥିବା ବେଳେ ଜାରକା ଠାରେ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଧର୍ମଶାଳା ବ୍ଲକ ଜାରକା ଛକରେ ପିସିସି ସାଧାରଣ ସଂପାଦକ କିଶାନ ପଣ୍ଡାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ତାଙ୍କୁ ଉଚ୍ଛ୍ୱର୍ସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଚେଲାକୁମାର ଗାଡିରୁ ପଦାକୁ ବାହାରି କଂଗ୍ରେସ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ ।
ଏହି ଅବସରରେ ଜନସାଧାରଣ କଂଗ୍ରେସ ଦଳକୁ ଭଲ ପାଉଛନ୍ତି କିନ୍ତୁ କିଛି ଭୁଲ ଯୋଗୁ ଆମେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରୁନାହୁଁ । କିନ୍ତୁ ଆଗାମୀ ଦିନରେ ଦଳ ନିଶ୍ଚିତ ଲୋକଙ୍କ ହୃଦୟ ଜିତି ପାରିବ ବୋଲି କହିଛନ୍ତି ପ୍ରଭାରୀ । ଏଥିସହ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦୁଇଗୋଟି ଉପନିର୍ବାଚନ ପାଇଁ ଖୁବଶୀଘ୍ର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।
ନିର୍ବାଚନରେ ଦଳ ନିଶ୍ଚୟ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଥିବା ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା ବସନ୍ତ କୁମାର ପରିଡା, ସୁଧାକର ରାଉତ,ପ୍ରଫୁଲ୍ଲ କୁମାର ରାୟ, ଦେବାଶିଷ ପରିଡା, ନକୁଳ କୁମାର ଜେନା, କାର୍ତିକ ସାହ, ତାରେକଶ୍ୱର ମଲିକ, ମିଲି ମଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।