Odisha news

ଭୂବନେଶ୍ୱର ପରୀକ୍ଷା ଦେବାକୁ ଯାଉଥିବା କେନ୍ଦ୍ରାପଡା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

0

କେନ୍ଦ୍ରାପଡା, ୧୦/୧୦ (Rabindra Dash) : – କେନ୍ଦ୍ରାପଡାର ଜଣେ ଯୁବତୀ ପରୀକ୍ଷା ଦେବାକୁ କଟକ ଲିଙ୍କ ରୋଡରେ ବସରୁ ଓହ୍ଲାଇ ଏକ ଅଟୋରିକ୍ସାରେ ଭୂବନେଶ୍ୱର ଯାଉଥିଲେ ।

ଅଟୋଚାଳକ ସେହି ଯୁବତୀଙ୍କୁ ଅନ୍ୟ ମହିଳା ଯାତ୍ରୀ ଓହ୍ଲାଇ ଯିବା ପରେ ଏକ ଜଙ୍ଗଲିଆ ରାସ୍ତାରେ ନେଇ ବାଟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଗୋବିନ୍ଦପୁର ନିକଟରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ତେବେ ଯୁବତୀଙ୍କ ଚିକôାର ଶୁଣି ସେହି ନିକଟରେ ଥିବା ୨ଜଣ ଗାଈ ଚରାଳି ଦୈାଡି ଆସି ଅଟୋ ଚାଳକଙ୍କୁ ଧରି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଁଚି ଅଟୋ ଚାଳକକୁ ନେଇ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି ।

Leave A Reply