Odisha news

ସନରାଇଜସ ର୍ ୧୬୪/୫

0

ଦୁବାଇ, ୨ା୧୦(ଏଜେନ୍ସି): ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ୧୪ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୧୬୪/୫ରନ୍‌ କରିଥିଲା । ପ୍ରିୟମ ଗର୍ଗ ୫୧ରନ୍‌ର ଅର୍ଦ୍ଧଶତୀକୟ ଇନିଂସ୍‌ ଖେଳିଥିଲେ । ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଅଧିନାୟକ ଡେଭିଡ୍‌ ୱାର୍ଣ୍ଣରଙ୍କ ସହ ଜନୀ ବେୟାରଷ୍ଟୋ ପାଳି ଆରମ୍ଭ କରିଥିଲେ । ବେୟାରଷ୍ଟୋ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଯାଇଥିଲେ । କିନ୍ତୁ ୱାର୍ଣ୍ଣର ଓ ମନୀଷ ପାଣ୍ଡେ ଦ୍ୱିତୀୟ ୱିକେଟ ପାଇଁ ୪୬ରନ୍‌ ସଂଗ୍ରହ କରିଥିଲେ । ୱାର୍ଣ୍ଣର ୨୮ ରନ୍‌ ଓ ମନୀଷ ପାଣ୍ଡେ ୨୯ରନ କରିଥିଲେ । ପ୍ରଥମ ପାୱାର ପ୍ଲେ ୧ରୁ ୬ ଓଭର ମଧ୍ୟରେ ସନରାଇଜର୍ସ ୪୨ ରନ ସଂଗ୍ରହ କରିଥିବା ବେଳେ ଗୋଟିଏ ୱିକେଟ ହରାଇଥିଲା । ୭.୩ ଓଭରରେ ସନରାଇଜର୍ସର ଦଳୀୟ ସ୍କୋର ୫୦ରନ୍‌ ପୁରଣ ହୋଇଥିଲା । ମ୍ୟାଚର ୯ମ ଓଭରରେ ଟାଇମ ଆଉଟ୍‌ ହୋଇଥିଲା । ସେତେବେଳକୁ ଦଳୀୟ ସ୍କୋର ୬୦/୨ ରନ୍‌ ଥିଲା। ମନୀଷ ପାଣ୍ଡେ ୨୯ରନ୍‌ କରି ପାଭିଲିୟନ ଫେରି ଯାଇଥିଲେ । ୧୪.୬ ଓଭରରେ ସନରାଇଜର୍ସର ଦଳୀୟ ସ୍କୋର ୧୦୦ରନରେ ପହଞ୍ଚିଥିଲା । ପୁଣି ୧୬ତମ ଓଭରରେ ୨ ମିନିଟର ଟାଇମଆଉଟ୍‌ ହୋଇଥିଲା । ସେତେବେଳେ କୁ ହାଇଦ୍ରାବାଦ୍‌ ଦଳ ୧୧୧/୪ରନ୍‌ କରିଥିଲା ।

Leave A Reply