ଛତ୍ରପୁର : ଗଂଜାମ ଜିଲ୍ଲାର କୋଭିଡ ସଂକମଣ ରୋକିବା ପରିପ୍ରେକ୍ଷୀରେ କୋଭିଡ କାର୍ଯ୍ୟରେ ଅସ୍ଥାୟୀ ଭାବେ ନିୟୋଜିତ ହୋଇଥିବା ଏନଏନଏମ, ଜିଏନଏମ , ଷ୍ଟାଫ ନର୍ସ ଓ ଫମାସିଷ୍ଟ ଓ ପାରାମେଡିକାଲ କର୍ମଚାରୀ ତଥା କୋଭିଡ ଯୋଦ୍ଧା ମାନେ ଗୁରୁବାର ନିଯୁକ୍ତି ଦାବୀ ନେଇ ଗଂଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ ପରିଚାଳନା ପାଇଁ ଏଏନଏମ, ଜିଏନଏମ, ଷ୍ଟାଫ୍ ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ନିୟୋଜିତ କରାଯାଇଥିଲାା ଏମାନେ ୩ମାସ କାର୍ଯ୍ୟ କରିବେ ବୋଲି ଲିଖିତ ସୂଚନା ଦିଆଯାଇଥିଲା ।ଏହା ସତ୍ତ୍ୱ ଏମାନଙ୍କୁ ମାସକ ପରେ କାର୍ଯ୍ୟରୁ ବାହାର କରାଦିଆଯାଇଛି । ଅନ୍ୟ ପକ୍ଷରେ ଏମାନଙ୍କୁ ମିଳିବାକୁ ପ୍ରାପ୍ୟ ମଧ୍ୟ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ଆନେ୍ଦାଳନକାରୀ ମାନେ ।
ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଅଗଷ୍ଟ ୧୨ତାରିଖ ୪ଶହରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଫାର୍ମାସିଷ୍ଟ , ଏଏନଏମ, ଜିଏନଏମ ଏବଂ ପାରାମେଡିକାଲ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲାା ଏମାନେ ବିଭିନ୍ନ କୋଭିଡ କେନ୍ଦ୍ର ପରିଚାଳାନ, ସ୍ୱାବ୍ ସଂଗ୍ରହ, ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମରେ ନିଜ ନିଜର ଜୀବନ କୁ ବାଜି ଲଗାଇ କାର୍ଯ୍ୟକରିଥିଲେ । ଏହା ବ୍ୟତୀତ ଘର କୁ ଘର ବୁଲି ଲୋକଙ୍କୁ ଔଷଧ ବଣ୍ଟନ ମଧ୍ୟ କରିଥିଲେ । ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବାରେ ଏମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଆନେ୍ଦାଳନରତ କର୍ମଚାରୀ ମାନେ କହିଛନ୍ତି । ଏହସତ୍ତ୍ୱେ
୧୮.୦୯.୨୦୨୦ତାରିଖରେ ଏମାନଙ୍କୁ କାର୍ଯ୍ୟରୁ ବିଦାୟ କରିଦିଆଯାଇଛି । ସେମାନଙ୍କୁ ଚୁକ୍ତି ଅନୁଯାୟୀ ନିଯୁକ୍ତି ଦାବୀ ନେଇ ସେପ୍ଟମ୍ବର ୨୧ତାରିଖ ଦିନ କାର୍ଯ୍ୟରୁ ବାହାର କରାଯାଇଥିବା କର୍ମଚାରୀ ମାନେ ପ୍ରଥମେ ଜିଲ୍ଲାମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ । ପରେ ଛତ୍ରପୁର ଆସି ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରିବାସହ ଜିଲ୍ଲପାଳଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କୁ ଭେଟି ଅବିକଳ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହାସତ୍ତ୍ୱେ ପୁଣି ସେମାନେ ଗଂଜାମ ଜିଲ୍ଲାପାଳଙ୍କୁ ଭେଟି ମଧ୍ୟ ଏହି ଦାବୀ ସଂପର୍କରେ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ଚୁକ୍ତି ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଉବୋଲି ମଧ୍ୟ କହିଥିଲେ ।
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଚିଠି ନଂ ୧୬୭୦୫ ତାରିଖ ରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲପାଳ ମାନଙ୍କୁ ପୁନଃ ଥଇଥାନ ନିମନ୍ତେ ନିଦେ୍ର୍ଦଶନାମା ଜାରି କରାଯାଇଥିଲେ ସୁଦ୍ଧା ଅନ୍ୟ ଜିଲ୍ଲାର ଜିଲ୍ଲପାଳ ମାନେ ମାନି କର୍ମଚରାୀ ମାନଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି । ମାତ୍ର ପରିତାପର ବିଷୟ ଏହିକି ଯେ ଏହି ନିଦେ୍ର୍ଦଶକୁ ଅବମାନନା କରି ଗଂଜାମ ଜିଲ୍ଲପାଳ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପ୍ରତି ଅନ୍ୟାୟ ଓ ଅବିଚାର କରୁଛନ୍ତି ବୋଲି ଗୁରୁବାର ଆନେ୍ଦାଳନରତ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । କିନ୍ତୁ ଆମ ପୂର୍ବରୁ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ୩ମାସ ପର୍ଯ୍ୟନ୍ତ କାର୍ଯ୍ୟର ଅବିଧି ବୃଦ୍ଧି କରାଗଲା । କିନ୍ତୁ ଆମ୍ଭ ମାନଙ୍କ କଥା ଜିଲ୍ଲପାଳ କିମ୍ବା ରାଜ୍ୟ ସରକାର ଶୁଣୁନାହାଁନ୍ତି ।
ଯେଉଁ ପର୍ଯ୍ୟନ୍ତ ଆମ୍ଭ ପୁନଃ ନିଯୁକ୍ତି ମିଳିନି ସେ ପର୍ଯ୍ୟନ୍ତ ଆମର ହକ୍ ନିମନ୍ତେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣାରେ ବସିବାକୁ ବାଧ୍ୟ ହେବୁ ବୋଲି ସେମାନେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଏହି ଧାରଣାରେ ମାନିନୀ ସାହୁ, ଡଲି ଗୈାଡ, ପୂଜାରୀ ସେଠୀ, ଅନୁସାୟା ନାୟକ, କେ.ଅଶ୍ୱିନୀ ଦୋରା, କେଶବ ବେହେରାଙ୍କ ସମେତ ଶତାଧିକ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।