Odisha news

ସଂସ୍କୃତି ବିଭାଗ ତରଫରୁ ଗାନ୍ଧୀ ଜୟନ୍ତୀପାଳିତ ହେବ

0

ଭୁବନେଶ୍ୱର, ତା.୦୧/୧୦/୨୦୨୦: ଆସନ୍ତାକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସାହିତ୍ୟ ଏକାଡେମୀ
ଦ୍ୱାରା ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସଂସ୍କୃତି ଭବନଠାରେ “ଗାନ୍ଧୀ ଜୟନ୍ତୀ’ ପାଳନ କରାଯିବା କୋଭିଡ୍‍-୧୯ର ମାର୍ଗଦର୍ଶିକା ପ୍ରକାରେ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପରିଧାନପୂର୍ବକ ଏହି କାର୍ଯ୍ୟକ୍ରମ ସୀମିତ ଅତିଥିଙ୍କ ଉପସ୍ଥିତିରେ ପାଳନ କରାଯିବା ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପୂର୍ବତନ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ ଓ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ସୂତ୍ରାଞ୍ଜଳି ପ୍ରଦାନ ସହ ପୁସ୍ତକ ଉନ୍ମୋଚନ ଓ ଗାନ୍ଧୀ ଭଜନ ପରିବେଷଣ ଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବୋ ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରସ୍ତୁତ “ଓଡ଼ିଶାରେ ଗାନ୍ଧୀଜୀ’ ଶୀର୍ଷକ ଏକ ଘଣ୍ଟିଆ ପ୍ରାମାଣିକ ଚଳଚ୍ଚିତ୍ର ବିଭିନ୍ନ ଘରୋଇ ଟିଭି ଚ୍ୟାନେଲଗୁଡ଼ିକରେ ପ୍ରଦର୍ଶନ ସକାଶେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛିା

Leave A Reply