ନୂଆଦିଲ୍ଲୀ : ୨୧ ବର୍ଷୀୟ ଜଣେ ଛାତ୍ର ଆତ୍ମଘାତୀ ଜ୍ୟାକେଟର ଭିଡିଓ ଡାଉନଲୋଡ଼ କରି ପାଖାପାଖି ୫ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତି l ଏହି ମାମଲାଟି ବ୍ରିଟେନର ଅଟେ ବ୍ରିଟେନର ମଞ୍ଚେଷ୍ଟର କ୍ରାଉନ କୋର୍ଟ ଛାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛି l ଛାତ୍ର ଜଣଙ୍କ ଆତଙ୍କବାଦୀ ସଂଗଠନ ISIS ର ସମର୍ଥନ କରୁଥିବା ଜଣେ ବ୍ୟକ୍ତିଙ୍କର ଅଧିକାଂଶ ଭିଡିଓ ଇଣ୍ଟରନେଟରେ ସେୟାର କରିଥିଲେ l ଧର୍ମ ବଦଳାଇ ମୁସଲମାନ ହେବାକୁ ଚାହୁଁଥିବା ଲିଆମ ଫେନ କୌଣସି ଆତଙ୍କବାଦୀ ଗତିବିଧିକୁ ପରିଣାମ ଦେଇନାହିଁ ,କିନ୍ତୁ ସେ ଜିହାଦିଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଆତଙ୍କବାଦୀ ସଙ୍ଗଠନକୁ ଇମେଲ ପଠାଉଥିଲା l ଗୋଟିଏ ଆତଙ୍କବାଦୀ ସଙ୍ଗଠନକୁ ଇମେଲ ଜରିଆରେ ପଚାରି ଥିଲା ଯେ କିପରି ଭାବରେ ସବୁଠୁ ଭଲ ଜିହ୍ୱାଦି ହୋଇପାରିବ l
ବିଶେଷ ସୂତ୍ରରୁ ଜଣାପଡିଛି ଯେ ଆତ୍ମଘାତୀ ଜ୍ୟାକଟର ଡାଉନଲୋଡ଼ କରିବା ମାମଲାରେ ୫ବର୍ଷ ପାଇଁ ଛାତ୍ର ଜଣଙ୍କୁ ଜେଲ ଦଣ୍ଡ ଦିଆଯାଇଛି l ବ୍ରିଟେନର ସରକାର ଆଣ୍ଟିଟେରର ପ୍ରୋଗ୍ରାମ ମାଧ୍ୟମରେ ଛାତ୍ର ଜଣଙ୍କୁ ତିନିବର୍ଷ ହେଲାଣି ନିଜ ରାଡ଼ରରେ ରଖିଥିଲେ l ପ୍ରଥମେ ଛାତ୍ର ଜଣଙ୍କ ୨୦୧୭ ରେ କଲେଜରେ ଆତଙ୍କବାଦକୁ ନେଇ ଏପରି ଗୋଟିଏ ମତ ଦେଇଥିଲେ ଯାହାକୁ ନେଇ ତାଙ୍କୁ ରାଡ଼ରରେ ରଖାଯାଇଥିଲା l ଛାତ୍ର ଜଣଙ୍କର ଓକିଲ ମତ ଦେଇଛନ୍ତି ଯେ ଛାତ୍ର ଜଣଙ୍କ ଏକ ବିଶେଷ ରୋଗରେ ପୀଡିତ ଅଛନ୍ତି ,ଏବଂ ମାତ୍ର ୧୩ ବର୍ଷ ଆୟୁର ପିତାଙ୍କୁ ହରାଇଥିବା କାରଣରୁ ସେ ଏପରି ରାସ୍ତାରେ ପରିଚାଳିତ ହୋଇଛନ୍ତି l କିନ୍ତୁ ଜଜ ଏହି କଥାକୁ ଭିର୍ତ୍ତିହୀନ ଦର୍ଶାଇ ତାଙ୍କୁ ୫ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି l