Odisha news

ବାବ୍ରି ମତ୍ସଜିତ ଫଇସଲାକୁ ନେଇ ପାକିସ୍ତାନ , ଭାରତ ବିରୁଦ୍ଧରେ ଉଗାଲୀଳା ବିଷ

0

ନୂଆଦିଲ୍ଲୀ :୧୯୯୨ ଡିସେମ୍ବର ୬ ତାରିଖ ଦିନ ଅଯୋଧ୍ୟାରେ ବାବ୍ରି ମତ୍ସଜିତର ଯେଉଁ କ୍ଷୟକ୍ଷତି ହୋଇଥିଲା ସେହି ମାମଲାରେ CBI ଙ୍କ ବିଶେଷ ଅଦାଲତ ବୁଧବାର ଦିନ ସମସ୍ତ ୩୨ ଜଣ ଦୋଷୀଙ୍କୁ ନିର୍ଦୋସରେ ଖଲାସ କରିଛନ୍ତି l କୋର୍ଟ କହିଛନ୍ତି ଯେ ଦୋଷୀ ମାନଙ୍କ ବିରୁଦ୍ଧରେ ଯେଉଁ ପ୍ରମାଣ ମିଳିଥିଲା ତାହା ପର୍ଯ୍ୟାପ୍ତ ନଥିଲା l ଏହି କେସରେ ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଅଡ଼ବାଣି ,ମୁରଲୀ ମନୋହର ଜୋଷୀ ଓ ଉମା ଭାରତୀଙ୍କ ସମେତ ଅନେକ ଲୋକ ଅଭିଯୁକ୍ତ ଥିଲେ l ଏହି ଫଇସଲାକୁ ନେଇ ପଡୋଶୀ ଦେଶ ପାକିସ୍ତାନର ପ୍ରତିକ୍ରିୟା ଆସିଛି l CBI ଦେଇଥିବା ଫଇସଲାରେ କୁହାଯାଇଥିଲା ଯେ ଅଡ଼ବାଣିଙ୍କ ସମେତ ଅନ୍ୟ ନେତା ମାନେ ମତ୍ସଜିତକୁ କ୍ଷତି ହେବାରୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ l

ପାକିସ୍ତାନରେ ହିନ୍ଦୁଙ୍କ ସହିତ ସିୟା ମାନଙ୍କୁ ମଧ୍ୟ ଉତ୍ପୀଡ଼ନର ଶିକାର ହେବାକୁ ପଡୁଛି l ପାକିସ୍ତାନ ନିଜ ଘରୋଇ ସମସ୍ୟା ଗୁଡିକ ଉପରେ ଧ୍ୟାନ ଦେବା ବଦଳରେ କାଶ୍ମୀର ଓ ଅଯୋଧ୍ୟାକୁ ନେଇ ବୟାନ ବାଜିରେ ବେସ୍ତ ରହିଛି l ପାକିସ୍ତାନ କହିଛି ଯେ ଅଯୋଧ୍ୟାରେ ଐତିହାସିକ ମତ୍ସଜିତ ଭାଙ୍ଗିବା ଘଟଣାରେ ଦୋଷୀ ହୋଇଥିବା ଲୋକ ମାନଙ୍କୁ ନିର୍ଦୋଷ ଭାବରେ ଖଲାସ କରିବା ଘଟଣା ଅତ୍ୟନ୍ତ ଲଜ୍ୟା ଜନଙ୍କ ଅଟେ ଓ ପାକିସ୍ତାନ ଏହାର ନିନ୍ଦା କରୁଛି l ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ଏକ ବୟାନରେ କହିଛନ୍ତି ଯେ ଯେଉଁ ନେତାମାନେ ଏହି ମତ୍ସଜିତକୁ ଭାଙ୍ଗିବାରେ ସାହାଯ୍ୟ କଲେ ,ଯେଉଁ ଅପରାଧିକ ଦୂର୍ଷ୍ୟ ଉପରେ ଟିଭିରେ ପ୍ରସାରଣ କରାଯାଇଥିଲା ତା ଉପରେ ଫଇସଲା ଶୁଣାଇବା ପାଇଁ ୩୦ ବର୍ଷ ଲାଗିଗଲା l

ବାବ୍ରି ମତ୍ସଜିତର ଯେଉଁ ଅଂଶ ବିଶେଷକୁ ନଷ୍ଟ କରାଯାଇଛି ସେ ସପକ୍ଷରେ କୋର୍ଟ ଫଇସଲା ଶୁଣାଇଛି l ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବିଜେପି ଶାସନରେ ଏହି ପରି ଫଇସଲା ଶୁଣା ଯାଇଛି ଏପରି ମତ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ପାଖରୁ ଆସିଛି l ଇଏ ସେହି ପାକିସ୍ତାନ ଯିଏ ନିଜ ଦେଶର ଅଳ୍ପ ସଂଖ୍ୟକ ମାନଙ୍କୁ ସୁରକ୍ଷା ଦେବାପାଇଁ ନିକମା ଅଟେ l ସେ ପୁଣି ଭାରତକୁ ଉପଦେଶ ଦେବାକୁ ଲାଗିଛି l ପାକିସ୍ତାନ ଜାଣି ପାରୁନି ଯେ ନିଜ ଦେଶର ସିୟା ମୁସଲମାନ ମାନେ ସୁରକ୍ଷିତ ନାହାନ୍ତି କିନ୍ତୁ ସେ ଭାରତ ଆଡକୁ ଆଙ୍ଗୁଠି ଦେଖାଇବାରେ ବେସ୍ତ ରହିଛି l ଯେଉଁ ସମୟରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଅଯୋଧ୍ୟାରେ ରାମ ଜନ୍ମ ଭୂମିର ଭୂମି ପୂଜନ କରାଯାଇଥିଲା ସେହି ସମୟରେ ମଧ୍ୟ ପାକିସ୍ତାନ ନିଜର ମତ ଦେଇଥିଲା l ଯେବେକି ମତ୍ସଜିତ ପାଇଁ ମଧ୍ୟ ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ସ୍ଥାନ ଦିଆଯାଇଥିଲା l ପାକିସ୍ତାନ ସୁପ୍ରିମ କୋର୍ଟଙ୍କ ଏହି ଫଇସଲାକୁ ମଧ୍ୟ ଦୋଷପୂର୍ଣ୍ଣ ବୋଲି କହିଥିଲା l

Leave A Reply