Odisha news

ଛତ୍ରପୁର : ଚାଷୀଙ୍କୁ ସାର ଠିକ୍ ମିଳୁଛି କିନାହିଁ ଯାଞ୍ଚ

0

ଛତ୍ରପୁର : ସାରା ଜିଲ୍ଲାରେ ଏବେ ସାରର ଅଭାବୀ ବିକ୍ରି । କଳାବଜାରକୁ ନେଇ ସବୁଆଡେ ତାତି । ଚାଷୀଙ୍କ ମଧ୍ୟରେ ଅସନ୍ତୋଷ । କଳାବଜାର କରୁଥିବା ସାର ବିକ୍ରେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳଙ୍କ ନିଦେ୍ର୍ଦଶ ରହିଛି । ବିଭିନ୍ନ ସ୍ଥାନରେ ଚାଷୀଙ୍କ ଅଭିଯୋଗ ପରେ ପ୍ରଶାସନ ଓ କୃଷି ଅଧିକାରୀମାନେ ସାର ବିକ୍ରୟ କେନ୍ଦ୍ର ଗୁଡିକରେ ଚଢଉ କରି ସେମାନଙ୍କ ଷ୍ଟକ୍ ଓ ସାର ବିକ୍ରି ଦର ଉପରେ ଯାଞ୍ଚ କରାଯାଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ଟାଙ୍ଗଣାପଲ୍ଲୀ ପ୍ରାଥମିକ ସେବା ସମବାୟ ସମିତି ସାର ବିକ୍ରେୟ କେନ୍ଦ୍ର ଉପରେ ଜିଲ୍ଲାପାଳଙ୍କ ସମେତ ଛତ୍ରପୁର ତହସିଲଦାର ଏବଂ ସହକାରୀ କୃଷି ଅଧିକାରୀ ପ୍ରମୁଖ ଚଢଉ କରିଥିଲେ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୂର୍ବାହ୍ନ ୯ଟାରେ ସୋରଡା ଗସ୍ତ ବେଳେ ପ୍ୟାକସ୍କୁ ପରିଦର୍ଶନ କରିଥିଲେ ।

ସେଠାରେ ସାରର ଷ୍ଟକ୍ ଏବଂ ଚାଷୀମାନଙ୍କୁ କେଇଁ ଦରରେ ସାର ବିକ୍ରି ହେଉଛି ସମସ୍ତ ନଥିପତ୍ରକୁ ଯାଞ୍ଚ କରିଥିଲେ । ପରେ ପୂର୍ବାହ୍ନରେ ୧୦ଟାରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଓ ଛତ୍ରପୁର ସହକାରୀ କୃଷି ଅଧିକାରୀ ଅମ୍ବିକା ପ୍ରସାଦ ମିଶ୍ର ଉକ୍ତ ପ୍ୟାକସ୍କୁ ଚଢଉ କରିଥିଲେ । ପ୍ୟାକସ୍ ସଂପାଦକ ରାଜେନ୍ଦ୍ର ପ୍ରସାଦ ବିଷୋୟୀ ହସ୍ତାନ୍ତର କରିଥିବା ତଥ୍ୟ ଅନୁସାରେ ଗତ ଜୁଲାଇ ୯ ତାରିଖ ଠାରୁ ସରକାରୀ ଦରରେ ପ୍ରାୟ ୧ ହଜାରରୁ ଅଧିକ ଚାଷୀ ୟୁରିଆ, କମ୍ପ୍ଲେସ୍ ଓ ପଟାସ ସାର କ୍ରୟ କରି ନେଇଥିବା ନେଇ ଯାଞ୍ଚରେ ଜଣାପଡିଛି । ପ୍ୟାକସ୍କୁ ପ୍ରାୟ ଏବେ ସୁଦ୍ଧା ୬ ଟ୍ରକ୍ ସାର ପହଞ୍ଚିଛି । ସେହିପରି ପ୍ୟାକସ୍ରେ ସାର ଷ୍ଟକ୍ ଓ ଦରର ମୂଲ୍ୟ ବାହାରେ ଝୁଲା ଯାଇଛି କି ନାହିଁ ତଦାରଖ କରାଯାଇଥିଲା ବୋଲି ସହକାରୀ କୃଷି ଅଧିକାରୀ ଶ୍ରୀ ମିଶ୍ର କହିଛନ୍ତି । ଏହାସହ ଚାଷୀ ମାନଙ୍କୁ କୋଭିଡ ଉପରେ ସଚେତନତା କରାଯିବା ସହିତ ସମସ୍ତେ ମାସ୍କ ପିନ୍ଧିବା ନିମନ୍ତେ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ । ଏହି ସେବା ସମବାୟ ସମିତିରେ ସାର ସରକାରୀ ଦରରେ ମିଳୁଛି ବୋଲି ଅଧିକାଂଶ ଚାଷୀ ମାନେ କହିଥିଲେ ।

Leave A Reply